pakka

କ୍ୟାମ୍ପରେ ସିଆର୍‌ପିଏଫ୍‌ ଯବାନଙ୍କ ଆତ୍ମହତ୍ୟା : ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ

bbehera

ନୁଆପଡା, (ନିରାକାର ମେହେର) : କ୍ୟାମ୍ପରେ ସିଆର୍‌ପିଏଫ୍‌ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସର୍ଭିସ ରାଇଫଲକୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ । ସୂଚନାନୁସାରେ, କୋମନା ଥାନା ଅଞ୍ଚଳରେ ଥିବା ବରକୋଟରେ ରହିଛି ଏକ ସିଆର୍‌ପିଏଫ୍‌ କ୍ୟାମ୍ପ । ଏଠାରେ ସୋମବାର ସକାଳେ ଜଣେ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ । ମୃତ ଯବାନ ଜଣକ ହେଲେ ରାମ ପ୍ରସାଦ । ତାଙ୍କ ଘର ଉତ୍ତର ପ୍ରଦେଶ ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ କୋମନା ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରୁଛି ।

Leave A Reply

Your email address will not be published.

nine + thirteen =