csstore

ଏବିଏସ୍‌ଏସ୍‌ପଡାରେ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଏବିଏସ୍‌ଏସ୍‌ପଡାରେ ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ବାବାଙ୍କ ଶୀତଳ ଷଷ୍ଠୀ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ହେଲା କରୋନା ପାଇଁ କେବଳ ବିବାହ ନୀତି କରାଯାଉଥିଲା । ହେଲେ ଆଉ କଟକଣା ନ ଥିବାରୁ ମହା ଆଡମ୍ବରରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ କରିବାକୁ କମିଟି ସ୍ଥିର କରିଛି । ସମ୍ପାଦକ ବଣ୍ଟି ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସଞ୍ଜିବ ସାହୁ, ଦେବାଶିଷ ପୁରୋହିତ, ସମୀର ସାହାଣି, ଅନାଦି ପଟ୍ଟନାୟକ, ବଳରାମ ରାଉତ, ଶିବ ଚିରଗୁନ୍‌, ବେଲାରସେନ, ନିରଜ, ଶିବା, ଆତିଶ, ପିକୁନ, ଗୋବିନ୍ଦ, ସୈଲେଶ, ପିଙ୍କୁ, ରାଜେଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.