pakka

ବାଙ୍ଗାଲୋର ଲୋକକଳା ମଞ୍ଚ ତରଫରୁ ସାଂସଦ ଡ. ପ୍ରଶାନ୍ତ ନନ୍ଦଙ୍କ ୭୫ତମ ଜନ୍ମଦିବସ ପାଳିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବର୍ଷିୟାନ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକ ତଥା ସାଂସଦ ଡ. ପ୍ରଶାନ୍ତ ନନ୍ଦଙ୍କ ୭୫ତମ ଜନ୍ମ ବାର୍ଷିକୀ ଆଜି ଲୋକକଳା ସୁହୃଦ୍ ପରିବାର ବାଙ୍ଗାଲୋର ତରଫରୁ ଆଭାସୀ ମାଧ୍ୟମରେ ପାଳିତ ହୋଇଯାଇଛି । ଲୋକପ୍ରିୟ ଅଭିନେତା ତଥା ଓଡିଶା ଫିଲ୍ମ ଡ଼େଭଲପ୍‌ମେଣ୍ଟ କର୍ପୋରେସନର ଚେୟାରମ୍ୟାନ୍‌ କୁନା ତ୍ରିପାଠୀ ଏହି ମଞ୍ଚରେ ଯୋଗ ଦେଇ ଡ. ନନ୍ଦଙ୍କ ଅଭିନୟ ଓ ରାଜନୈତିକ ଜୀବନ ଯାତ୍ରା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଡ. ନନ୍ଦ ନିଜେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଲୋକକଳା ମଞ୍ଚର ସମସ୍ତ ସଦସ୍ୟମାନଙ୍କୁ ତାଙ୍କର ଆନ୍ତରିକ ଶୁଭେଛା ଜଣାଇଥିଲେ । କଣ୍ଠଶିଳ୍ପୀ ଡା.ଚନ୍ଦନ ଗନ୍ତାୟତ ଓ ଶିବଶଙ୍କର ଷଡଙ୍ଗୀ ଡ. ନନ୍ଦଙ୍କର ଅଭିନୀତ ସିନେମାର କିଛି ସୁମଧୁର ଗୀତ ପରିବେଷଣ କରିଥିଲେ । ଡିଜିଟାଲ ଶିଳ୍ପୀ ସୂର୍ଯ୍ୟକାନ୍ତ ଡ. ନନ୍ଦଙ୍କର ଏକ ସୁନ୍ଦର ଡିଜିଟାଲ ଛବି ଆଙ୍କିଥିବା ବେଳେ ଗଞ୍ଜାମର ଲୋକପ୍ରିୟ ବାଲୁକା ଶିଳ୍ପୀ ସତ୍ୟ ମହାରଣା ଡ. ନନ୍ଦ ଙ୍କର ଏକ ବାଲୁକା ଚିତ୍ର ପ୍ରଦର୍ଶିତ କରିଥିଲେ, ବିଶିଷ୍ଟ ବାସ୍ତୁବିତ ସନ୍ୟାସୀ ମହାରଣା ପାନ ପତ୍ରରେ ଏକ ନିଆରା ଢଙ୍ଗରେ ଡ. ନନ୍ଦଙ୍କୁ ଶୁଭେଛା ଜଣେଇଥିବା ବେଳେ ଯୁବଶିଳ୍ପୀ ପ୍ରିୟଙ୍କା ସାହାଣୀ ଶାମୁକା ମାଧ୍ୟମରେ ଡ. ନନ୍ଦଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ ଓ ଶିଳ୍ପୀ କ୍ରୀଷ୍ଣା ଡିକେ ସୋରିଷ ଓ ସାଗୁ ଦାନାରେ ନିର୍ମିତ ଡ. ନନ୍ଦଙ୍କର ଏକ ଚିତ୍ର ପ୍ରଦର୍ଶିତ କରିଥିଲେ । ଗିଟାର ବାଦକ ଦୀପକ ଷଡ଼ଙ୍ଗୀ ଡ. ନନ୍ଦଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ସ୍ଵପ୍ନ ସାଗରର ଚିଠି ମୋର ଟିକି ଚଢେଇ ଗୀତ ଟିକୁ ଗିଟାର ମାଧ୍ୟମରେ ଉପସ୍ଥାପିତ କରି ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଦ କରି ଦେଇଥିଲେ । କାର୍ଯ୍ୟକ୍ରମଟିକୁ ଲୋକକଳା ପରିବାରର ସଦସ୍ୟ ଶିବାନନ୍ଦ ବାରିକ ପରିଚାଳନା କରିଥିବା ବେଳେ ଲୋକକଳା ସୁହୃଦ୍ ପରିବାରର ପ୍ରତିଷ୍ଠାତା ତଥା ଆବାହକ ଓମ୍‌ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

eleven − seven =