csstore

ଟିଟିଲାଗଡ ଲାୟନ୍ସ କ୍ଲବ ସଦସ୍ୟମାନେ ଏସ୍‌ସିଡ଼ି ସେଣ୍ଟରର ଛାତ୍ରଛାତ୍ରୀଙ୍କ ସହ ପାଳିଲେ ଶିଶୁ ଦିବସ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନଭେମ୍ବର ୧୪ ତାରିଖକୁ ସାରା ଦେଶରେ ଶିଶୁ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଲାୟନ୍ସ୍ କ୍ଲବ ନେହେରୁ ନଗର ସ୍ଥିତ ଏସସିଡି ଭିନ୍ନକ୍ଷମ ଅନୁଷ୍ଠାନରେ ରହୁଥିବା ଛାତ୍ର ଛାତ୍ରୀଙ୍କ ସହ ଶିଶୁ ଦିବସ ପାଳନ କରିଥିଲେ । କ୍ଲବ ସଭାପତି ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଭିନ୍ନକ୍ଷମମାନଙ୍କ ସହ କିଛି ସମୟ ବିତାଇବା ପରେ ସେମାନଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଏବଂ ଶୁଖା ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଲାୟନ ଆବାସ ଖାଁ ନିଜର ଝିଅର ଜନ୍ମ ଦିନ ହୋଇଥିବାରୁ ସେଠାରେ ଏହି ଦିବସ ମଧ୍ୟ ସେହି ଛାତ୍ର ଛାତ୍ରୀମାନଙ୍କ ସହ ପାଳନ କରାଯାଇଥିଲା । ଏହି ଅବସରରେ କ୍ଳବର ବରିଷ୍ଠ ସଦସ୍ୟ ଶ୍ରୀମତୀ ବିନ୍ଦୁ ସାହୁ, ପୂର୍ବତନ ସଭାପତି ଲିଙ୍ଗରାଜ ସାହୁ, ରିଜିଓନାଲ ଚେୟାର ପର୍ସନ ଦୀପକ ପୃଷ୍ଟି, ମିଡିଆ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, କ୍ଲବ ସମ୍ପାଦକ ଅଜିତ ଚାନ୍ଦ ପାତ୍ର, ସଦସ୍ୟ ସୌରଭ ସାହୁ, ଦିବ୍ୟ ରଞ୍ଜନ ସରାଫ, ଲିଓ କ୍ଲବ ସଭାପତି ଏମ୍‌ଡି ରିହାନ୍, ଲିଓ ସ୍ୱରୂପ ସାହୁ, ଅଙ୍କିତ ଗୁପ୍ତା, ଏମଡି ସାହିଲ, ରୋସନ୍ ଖମାରୀ, ସୋମେଶ ସିନହା, ଏସ୍‌ସିଡି ସେଣ୍ଟରର ଶ୍ରୀମତୀ ଅଞ୍ଜଳି ବେହେରା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.