csstore

ନଭେମ୍ବର ୨୫ ଓ ୨୬ରେ ବଲାଙ୍ଗିରରେ ହେବ ଅଲ୍‌ ଓଡ଼ିଶା ପାୱାର ଲିଫ୍‌ଟିଂ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ନଭେମ୍ବର ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ବଲାଙ୍ଗିର ଟାଉନ୍‌ ହଲ୍‌ରେ ଅନୁଷ୍ଠିତ ହେବ ଅଲ୍‌ ଓଡ଼ିଶା ପାୱାର୍‌ ଲିଫ୍‌ଟିଂ ପ୍ରତିଯୋଗିତା । ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ଏମ୍‌ଏମ୍‌ ଫିଟ୍‌ନେସ୍‌ ୟୁନିସେକ୍ସ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଲ୍‌ ଓଡ଼ିଶା ପାୱାର୍‌ ଲିଫ୍‌ଟିଂ ଆସୋସିଏସନ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି । ଏହି ପ୍ରତିଯୋଗିତାରେ ପୁରୁଷ ଓ ମହିଳା ପ୍ରତିଯୋଗୀମାନଙ୍କ ପାଇଁ ୮ଟି ବର୍ଗ ରହିଛି । ପ୍ରତିଯୋଗୀମାନେ ବେଂଚ୍‌ପ୍ରେସ୍‌, ସ୍କୁଆଟ୍‌, ଡେଡ଼୍‌ଲିପ୍ଟରେ ଭାଗ ନେଇ ପାରିବେ । ସାରା ଓଡ଼ିଶାରୁ ୨ ଶହରୁ ଅଧିକ ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଅଲ୍‌ ଓଡ଼ିଶା ପାୱାର ଲିଫ୍‌ଟିଂ ଆସୋସିଏସନ୍‌ ପକ୍ଷରୁ ଆଶା କରାଯାଉଛି । ତେବେ ସମସ୍ତ ପ୍ରତିଯୋଗୀମାନଙ୍କ ରହିବା ଖାଇବାର ସୁବନ୍ଦୋବସ୍ତ ହୋଇଥିବା ସୂଚନାରେ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଜିଲ୍ଲା ପାୱାର୍‌ ଲିଫ୍‌ଟିଂ ଆସୋସିଏସନ୍‌ର ସଭାପତି ଏମ୍‌.ପ୍ରଶାନ୍ତ, ସଂପାଦକ ପ୍ରଶାନ୍ତ କୁମାର ଦାଶ, ଯୁଗ୍ମ ସଂପାଦକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ସଂଜୀବ କୁମାର ରଥ, କାର୍ଯ୍ୟକାରୀ କମିଟି ସଦସ୍ୟ ପାର୍ଥ କର୍ଣ୍ଣ, ରୂପକ୍‌ କୁମାର ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.