pakka

କିଛି ମାସର ନୀରବତା ପରେ ପୁଣି ତେଜିଛି ଓଡ଼ିଶା-ଛତିଶଗଡ଼ ସୀମା ବିବାଦ

bbehera

ସିନାପାଲି, (ନିରାକାର ମେହେର) : କିଛି ମାସର ନୀରବତା ପରେ ପୁଣି ଓଡ଼ିଶା-ଛତିଶଗଡ଼ ସୀମା ବିବାଦ ତେଜିଛି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ କୁସୁମଯୋର ପଞ୍ଚାୟତରେ ଏକ ରାସ୍ତା ନିର୍ମାଣକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଛତିଶଗଡ଼ ପକ୍ଷରୁ ସରଜମିନ୍‌ ତଦନ୍ତ କରି ରାସ୍ତା ନିଜର ବୋଲି ଦାବୀ କରୁଥିବା ବେଳେ ଓଡ଼ିଶା ପକ୍ଷରୁ ଶୀଘ୍ର ଯାଞ୍ଚ ହେବ ବୋଲି କୁହାଯାଇଛି । ସୂଚନାମତେ, କୁସୁମଯୋର ପଞ୍ଚାୟତ ସଦରଠାରୁ ମାତ୍ର ଅଧ କିମି ଦୂରରେ ଛତିଶଗଡ଼ ସୀମା ଲାଗିଛି । ଏଠାରେ ଥିବା ଜାମପଡ଼ା ରାସ୍ତା ଉପରେ ଓଡ଼ିଶା ପ୍ରଶାସନ ରାସ୍ତା ନିର୍ମାଣ କରୁଛି । ହେଲେ ସେହି ଅଞ୍ଚଳକୁ ଛତିଶଗଡ଼ ପ୍ରଶାସନ ନିଜର ବୋଲି ଦାବୀ କରି ରାସ୍ତା ନିର୍ମାଣକୁ ବିରୋଧ କରିଛି । କୁସୁମଯୋର ପଞ୍ଚାୟତ କସେଇପାଣି ଗାଁ ଅଣରାଜସ୍ୱ ଗାଁ ଜାମପଡ଼ା ଦେଇ ସିନାପାଲି ପ୍ରଶାସନ ତରଫରୁ ଏହି ରାସ୍ତା ଉପରେ ୬ଲକ୍ଷ ଅଟକଳରେ ମନରେଗା ରାସ୍ତା କାମ ଆରମ୍ଭ ହୋଇଛି । ଏହି ରାସ୍ତା ଉପରେ ଛତିଶଗଡ଼ ପ୍ରଶାସନ ପୂର୍ବରୁ ପୋଲ ନିର୍ମାଣ ସାଙ୍ଗକୁ ରାସ୍ତା କାମ କରିସାରିଛି । ହେଲେ ବର୍ତ୍ତମାନ ଓଡ଼ିଶା ପକ୍ଷରୁ ନିର୍ମାଣ କରାଯିବାକୁ ଛତିଶଗଡ଼ ପକ୍ଷରୁ ତୀବ୍ର ବିରୋଧ ହୋଇଛି ।

jay balangir
Leave A Reply

Your email address will not be published.

twenty − eleven =

error: Content is protected !!