pakka

ଜାତୀୟ ଶିକ୍ଷାନୀତିରେ ବିଦ୍ୟାଳୟରେ ତିନିବର୍ଷର ଶିଶୁଙ୍କୁ ମିଳିବ ପ୍ରବେଶିକାର ସୁଯୋଗ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଶିକ୍ଷାନୀତିରେ ଏଣିକି ତିନିବର୍ଷର ଶିଶୁଙ୍କୁ ବିଦ୍ୟାଳୟରେ ପ୍ରବେଶିକା ପ୍ରଥା ପ୍ରଚଳନ କରାଯିବା ନିମନ୍ତେ ରାଜ୍ୟ ସରକାର ବିହିତ ପଦକ୍ଷେପର ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି । ଏଥି ନିମନ୍ତେ ପ୍ରାରମ୍ଭ ଶ୍ରେଣୀ ଖୋଲିବା ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷ ମଧ୍ୟରେ ୩ବର୍ଷରୁ ୯ବର୍ଷର ସମସ୍ତ ପିଲାଙ୍କ ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ ଦକ୍ଷତା ହାସଲ କରିବା ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ ବାଇଁ ପଦକ୍ଷେପ ଆରମ୍ଭ ହୋଇଛି । ଏଥିପାଇଁ ଛତ୍ରପୁରସ୍ଥ ଗଣେଶ ବିଦ୍ୟାପୀଠଠାରେ ଏକ ପ୍ରାରମ୍ଭ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ୧୦ ତାରିଖରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ଏ.ବି.ଇ.ଓ. ଘନଶ୍ୟାମ ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ରୀତା ରଥ, ଜ୍ୟୋତ୍ସ୍ନା ସେଠୀ, ଅଜିତ୍ ସେଠୀ, ବସନ୍ତ ନାହାକ ସାମିଲ ଅଛନ୍ତି । ତାଲିମ କେନ୍ଦ୍ର ପରିଚାଳକ ଭାବେ ସି.ଆର.ସି.ସି. କମଳ ବେହେରା ସକ୍ରୀୟ ଅଂଶଗ୍ରହଣ କରିଛନ୍ତି ।

jay balangir
Leave A Reply

Your email address will not be published.

15 + 6 =

error: Content is protected !!