csstore

ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହାବିଦ୍ୟାଳୟରେ ଦୁଇ ସପ୍ତାହ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଆତ୍ମ ସୁରକ୍ଷା ତାଲିମ ସଂଯୋଜିକା ପୁଷ୍ପମଞ୍ଜରୀ ପ୍ରଧାନଙ୍କ ସଂଯୋଜନାରେ ଉଦ୍‌ଯାପିତ ସଭାରେ ଅଧ୍ୟକ୍ଷ ଲୋହିତ କୁମାର ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଆତ୍ମସୁରକ୍ଷା ତାଲିମ୍ ନାରୀ ମାନଙ୍କ ପାଇଁ କେତେ ପ୍ରଯୁଜ୍ୟ ସେ ସଂପର୍କରେ ବକ୍ତବ୍ୟ ଦେବା ସହ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରଦୀପ କୁମାର ଦେ୍ୱାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ସୁରକ୍ଷା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଏହି ତାଲିମ ଶିବିର ଗତ ୫ ତାରିଖ ଦିନ ଉଦ୍‌ଘାଟନ ହୋଇଥିଲା । ଏହି ଉଦ୍‌ଘାଟନୀ ସଭାରେ ଅଧ୍ୟକ୍ଷ ତାଲିମର ଉଦ୍ଦେଶ୍ୟ ସଂପର୍କରେ ବାର୍ତ୍ତା ଦେବା ସହ ଶିବିରକୁ ଉଦ୍‌ଘାଟନ କରିଥିଲେ । ପ୍ରଥମ ବର୍ଷର ପ୍ରାୟ ୧୧୭ ଜଣ ଛାତ୍ରୀ ଦୁଇ ସପ୍ତାହ ବ୍ୟାପି ତାଲିମ ନେଇଥିଲେ । ଟ୍ରେନର ନନ୍ଦିନୀ ରାଉତ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ସଭାଶେଷରେ ଅଧ୍ୟାପିକା ମୀନା କୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଧ୍ୟାପିକା ଅଞ୍ଜଳି ବାଗ ସାର୍ଟିଫିକେଟ ବିତରଣରେ ସହଯୋଗ କରିଥିଲେ । ସଭାକୁ ସଫଳ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.