mahavir

ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର       

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବେନ୍ଦ୍ରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ସଭାଗୃହରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପି.ଇ.ଓ.ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ଧୀରେନ୍ଦ୍ର ମେହେର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର  ମଞ୍ଚ।ସିନ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ସମୁଦାୟ ୧୬ ଟି ଅଭିଯୋଗ ଉପରେ ଶୁଣାଣି ହୋଇଥିଲା ଏବଂ ବିଶେଷ କରି ବେନ୍ଦ୍ରା ଗ୍ରାମର (କ) , (ଖ) ଅଙ୍ଗନବାଡ଼ି କେନ୍ଦ୍ରରେ ପିଇବା ପାଣିର ସମସ୍ୟାର କର୍ମୀ ଅଭିଯୋଗ ଅନୁଯାୟୀ ୧୫ ଦିନ ମଧ୍ୟରେ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତୀତ ଆବାସ ଗୃହ, ଗୁହାଳ, ଭତ୍ତା, ରାସନ କାର୍ଡ ଉପରେ ଅଭିଯୋଗର ଶୁଣାଣି ହୋଇଥିଲା । ଏହା ବ୍ୟତୀତ ସରପଞ୍ଚ ରବୀନ୍ଦ୍ର ସାହୁ ପ୍ରତ୍ୟେକ ଜନ ଶୁଣାଣି ଶିବିର, ମାସିକ ବୈଠକରେ କିମ୍ବା ପଞ୍ଚାୟତର ଜରୁରୀ ବୈଠକରେ ଯୋଗ ଦେଉ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏଣୁ ପ୍ରତ୍ୟେକ କାର୍ଯ୍ୟରେ ପି.ଇ.ଓ. ଙ୍କ ଉପରେ ସମସ୍ତ କାର୍ଯ୍ୟ ନ୍ୟସ୍ତ ରହିଛି  ଓ ଅଫିସ କାର୍ଯ୍ୟ ସହିତ ଲୋକଙ୍କ ଅଭିଯୋଗ ରହିଛି । ସରପଞ୍ଚଙ୍କ ଅନୁପସ୍ଥିତି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୁଏ । ଏହି କାର୍ଯ୍ୟକ୍ରମରେ ଜି.ପି.ଓ ଦେବବ୍ରତ ତାଣ୍ଡି, ଅଂଶୁମାନ ଦେବ ବାବୁ, ସୁଶାନ୍ତ ମହାକୁର, ଆଲୋକ ରଂଜନ ମିଶ୍ର, ଅଭିରାମ ସାହୁ, ହିମାଂଶୁ ପଟେଲ, ସର୍ବେଶ୍ଵର ପଟେଲ, ଦୋଳଗୋବିନ୍ଦ ସାହୁ, ଜୟନ୍ତୀ ମହାନନ୍ଦ, ସହଦେବ କୁମ୍ଭାର, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.