
- ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ତୈଳ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଗତିଶୀଳତାକୁ ତ୍ୱରାନ୍ୱିତ କରିଛନ୍ତି ସରକାର
- ଇଭି ଗ୍ରହଣ ଏବଂ ଉତ୍ପାଦନ ଗତିକୁ ବଜାୟ ରଖିବା ପାଇଁ ପିଏମ୍ ଇ-ଡ୍ରାଇଭ୍ ଯୋଜନାକୁ ପ୍ରୋତ୍ସାହନ
- ଘରୋଇ ଏଲପିଜି ସିଲିଣ୍ଡର ବିତରଣ ସ୍ୱାଭାବିକ ରହିଛି
- ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି ଭାରତର ଏଲପିଜି ଜାହାଜ ଜଗ ବିକ୍ରମ
- ଭାରତୀୟ ମିଶନଗୁଡ଼ିକ ଭାରତୀୟକ୍ରୁ ସଦସ୍ୟମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରୁଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମ ଏସିଆର ସାଂପ୍ରତିକ ପରିସ୍ଥିତି ବିଷୟରେ ଗଣମାଧ୍ୟମକୁ ଅବଗତ ରଖିବା ପାଇଁ, ଭାରତ ସରକାର ଆଜି ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ତଥା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଇନ୍ଧନ ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟ, ଏହି ଅଞ୍ଚଳରେ ଭାରତୀୟ ନାଗରିକମାନଙ୍କୁ ସହାୟତା ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସ୍ଥିରତା ବଜାୟ ରଖିବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ବିଷୟରେ ଅପଡେଟ୍ ପ୍ରଦାନ କରିଥିଲେ। ଭାରୀ ଶିଳ୍ପ ମନ୍ତ୍ରଣାଳୟ ମଧ୍ୟ ଏହି କ୍ଷେତ୍ର ସମ୍ପର୍କରେ ଅପଡେଟ୍ ସେୟାର କରିଛନ୍ତି।
ଭାରୀ ଶିଳ୍ପ କ୍ଷେତ୍ର ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଭାରୀ ଶିଳ୍ପ ମନ୍ତ୍ରଣାଳୟ ବୈଦ୍ୟୁତିକ ଗତିଶୀଳତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ଉତ୍ପାଦନକୁ ତ୍ୱରାନ୍ୱିତ କରୁଛି। ଏହି ଅବସରରେ ସୂଚନା ଦିଆଯାଇଥିଲା ଯେ : ପଶ୍ଚିମ ଏସିଆରେ ଭୂରାଜନୈତିକ ବିକାଶକୁ ଦୃଷ୍ଟିରେ ରଖି, ବିଶ୍ୱ ଶକ୍ତି ବଜାରରେ ବୃଦ୍ଧି ପାଇଥିବା ଅସ୍ଥିରତା ଦେଖାଦେଇଛି, ଯାହା ଇନ୍ଧନ ମୂଲ୍ୟ ସ୍ଥିରତା ଏବଂ ସମ୍ଭାବ୍ୟ ଯୋଗାଣ ଶୃଙ୍ଖଳାରେ ବାଧା ସୃଷ୍ଟି କରିଛି। ସଙ୍କଟ ଆରମ୍ଭ ହେବା ପରଠାରୁ, ମନ୍ତ୍ରଣାଳୟ ବୈଦ୍ୟୁତିକ ଗତିଶୀଳତା ବୃଦ୍ଧିକୁ ବଜାୟ ରଖିବା ଏବଂ ଇଭି ଉପାଦାନଗୁଡ଼ିକରେ ଯୋଗାଣ ଶୃଙ୍ଖଳା ଦୁର୍ବଳତାକୁ ସମାଧାନ କରିବା ପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ କରିଛି। ଇଭି ଗ୍ରହଣ ଏବଂ ଉତ୍ପାଦନ ଗତିକୁ ବଜାୟ ରଖିବା ପାଇଁ ମନ୍ତ୍ରଣାଳୟ ଟ.୧୦,୯୦୦କୋଟି ଟଙ୍କାର ପିଏମ୍ ଇ-ଡ୍ରାଇଭ୍ ଯୋଜନାକୁ ସଂପ୍ରସାରିତ କରିବାକୁ ଅନୁମୋଦନ କରିଛି।
ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ୍ ଯୋଜନା ଅଧୀନରେ ନୀତିଗତ ସମର୍ଥନକୁ ପ୍ରୋତ୍ସାହନର ନିରନ୍ତରତା ସୁନିଶ୍ଚିତ କରିବା, ଇଭି ଗ୍ରହଣକୁ ବୃଦ୍ଧି କରିବା ଏବଂ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସୁଗମ କରାଯାଇଛି। କେନ୍ଦ୍ର କ୍ୟାବିନେଟ ୨୬ ନଭେମ୍ବର ୨୦୨୫ ରେ ଟ.୭୨୮୦ କୋଟି ବ୍ୟୟ ସହିତ ସିଣ୍ଟରଡ୍ ରେୟାର ଆର୍ଥ ପର୍ମାନଣ୍ଟ ମ୍ୟାଗ୍ନେଟ୍ସ (ଆରଇପିଏମ୍) ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଯୋଜନାକୁ ମଞ୍ଜୁରୀ ଦେଇଥିଲେ। ଏହି ଯୋଜନା ଭାରତରେ ୬୦୦୦ ଏମଟିପିଏ ସମନ୍ୱିତ ଆରଇପିଏମ୍ ଉତ୍ପାଦନ କ୍ଷମତା ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛି ଏବଂ ସିଣ୍ଟରଡ୍ ଆରଇପିଏମ୍ ର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା, ଇଭି, ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ର ପାଇଁ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା ଏବଂ ଆତ୍ମନିର୍ଭର ଭାରତ ଏବଂ ନେଟ୍ ଶୂନ୍ୟ ୨୦୭୦ ଲକ୍ଷ୍ୟକୁ ସମର୍ଥନ କରିବା ଲକ୍ଷ୍ୟ ରଖିଛି। ଇଭି ଉପାଦାନଗୁଡ଼ିକର ସ୍ଥାନୀୟକରଣକୁ କ୍ରମଶଃ ବୃଦ୍ଧି କରିବା ପାଇଁ ଆରଇପିଏମ୍ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଉଛି।
- ଯୋଗାଣ ଶୃଙ୍ଖଳ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ଓଇଏମ୍, ଉପାଦାନ ନିର୍ମାତା ଏବଂ ଶିଳ୍ପ ଅଂଶୀଦାରମାନଙ୍କ ସହିତ ନିରନ୍ତର ସମ୍ପର୍କ ବଜାୟ ରଖାଯାଉଛି। କାର୍ଯ୍ୟାନ୍ବୟନର ଏକ ଅଂଶ ସ୍ୱରୂପ, ୭ ଏପ୍ରିଲ ୨୦୨୬ ରେ ୨୫ ଟି ଅଗ୍ରଣୀ କମ୍ପାନୀଙ୍କ ଅଂଶଗ୍ରହଣରେ ଏକ ପ୍ରି-ବିଡ୍ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ୨୦ ମାର୍ଚ୍ଚ ୨୦୨୬ ରେ ପ୍ରସ୍ତାବ ପାଇଁ ଅନୁରୋଧ (ଆରଏଫପି) ଜାରି କରାଯାଇଥିଲା।
- ପିଏମ୍ ଇ-ଡ୍ରାଇଭ୍, ଆରଇପିଏମ୍ ଏବଂ ପିଏମପି ଯୋଜନାଗୁଡ଼ିକର ମିଳିତ କାର୍ଯ୍ୟାନ୍ୱୟନ ସମଗ୍ର ଇଭି ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ପିଏମ୍ ଇ-ଡ୍ରାଇଭ୍ ଉତ୍ପାଦନ ସ୍କେଲିଂ ଏବଂ ଇଭି ଗ୍ରହଣ ପାଇଁ ଓଇଏମ୍ ଗୁଡ଼ିକୁ ଚାହିଦା-ପାର୍ଶ୍ଵ ସମର୍ଥନ ଏବଂ ନୀତି ନିଶ୍ଚିତତା ପ୍ରଦାନ କରେ।
- ଆରଇପିଏମ୍ ଯୋଜନା ଗୁରୁତ୍ୱପୂର୍ଣ୍ଣ ରେୟାର ଆର୍ଥ-ଆଧାରିତ ଉପାଦାନଗୁଡ଼ିକର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରି ଯୋଗାଣ-ପାର୍ଶ୍ଵ ପ୍ରତିବନ୍ଧକଗୁଡ଼ିକୁ ସମାଧାନ କରେ। ଏହି ପଦକ୍ଷେପଗୁଡ଼ିକ ଘରୋଇ ମୂଲ୍ୟ ବୃଦ୍ଧି, ଯୋଗାଣ ଶୃଙ୍ଖଳ ସ୍ଥିରତା ଏବଂ ନିବେଶ ସୁଯୋଗ ବୃଦ୍ଧି ମାଧ୍ୟମରେ ନିର୍ମାତା, ଏମଏସଏମଇ ଏବଂ ଉପାଦାନ ଯୋଗାଣକାରୀଙ୍କୁ ଲାଭ ପହଞ୍ଚାଇବ।
- ନାଗରିକମାନଙ୍କ ପାଇଁ, ଏହି ପଦକ୍ଷେପଗୁଡ଼ିକ ବୈଦ୍ୟୁତିକ ଯାନର ସୁଲଭତା, ସୁଗମତା ଏବଂ ନିର୍ଭରଯୋଗ୍ୟତା ବୃଦ୍ଧି କରିବ ଯେଉଁଠାରେ ଆମଦାନୀ ହୋଇଥିବା ଇନ୍ଧନ ଏବଂ ଉପାଦାନଗୁଡ଼ିକ ଉପରେ ନିର୍ଭରଶୀଳତା ହ୍ରାସ ପାଇ ଗ୍ରାହକମାନଙ୍କୁ ବିଶ୍ୱ ମୂଲ୍ୟ ଅସ୍ଥିରତାରୁ ରକ୍ଷା କରିବାରେ ସାହାଯ୍ୟ କରିବ।
- ଏହି ପଦକ୍ଷେପଗୁଡ଼ିକ ସ୍ୱଚ୍ଛ ବାୟୁ, ଉନ୍ନତ ଜନସ୍ୱାସ୍ଥ୍ୟ ଏବଂ ଉନ୍ନତ ଶକ୍ତି ସୁରକ୍ଷାରେ ଯୋଗଦାନ ଦେବ। ଏହା ସହିତ ଇଭି ଗ୍ରହଣକୁ ତ୍ୱରାନ୍ୱିତ କରିବ ଏବଂ ସ୍ୱଚ୍ଛ ଗତିଶୀଳତା ତଥା ଉନ୍ନତ ଉତ୍ପାଦନରେ ବିଶ୍ୱ ନେତା ଭାବରେ ଭାରତର ସ୍ଥିତିକୁ ମଜବୁତ କରିବ ବୋଲି ଆଶା କରାଯାଉଛି।
ଶକ୍ତି ଯୋଗାଣ ଏବଂ ଇନ୍ଧନ ଉପଲବ୍ଧତା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବର୍ତ୍ତମାନର ଇନ୍ଧନ ଯୋଗାଣ ପରିସ୍ଥିତି ଉପରେ ଏକ ଅପଡେଟ୍ ସେୟାର କରିଛି, ହର୍ମୁଜ୍ ପ୍ରଣାଳୀକୁ ପ୍ରଭାବିତ କରୁଥିବା ଜାରି ବିକାଶ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦ ଏବଂ ଏଲପିଜି ର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ରୂପରେଖା ପ୍ରଦାନ କରିଛି। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ: ସାର୍ବଜନୀନ ପରାମର୍ଶ ଏବଂ ନାଗରିକ ସଚେତନତା ନାଗରିକମାନଙ୍କୁ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଆତଙ୍କିତ କ୍ରୟରୁ ଦୂରେଇ ରହିବାକୁ ଏବଂ ସୂଚନା ପାଇଁ କେବଳ ସରକାରୀ ଉତ୍ସ ଉପରେ ନିର୍ଭର କରିବାକୁ ପରାମର୍ଶ ଦିଆଯାଇଛି। - ଗୁଜବ ପ୍ରତି ସତର୍କ ରୁହନ୍ତୁ ଏବଂ ସଠିକ୍ ସୂଚନା ପାଇଁ ସରକାରୀ ଉତ୍ସ ଉପରେ ନିର୍ଭର କରନ୍ତୁ। ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ୍ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।
- ନାଗରିକମାନଙ୍କୁ ପିଏନଜି ଏବଂ ବୈଦ୍ୟୁତିକ କିମ୍ବା ଇଣ୍ଡକ୍ସନ୍ କୁକଟପ୍ ଭଳି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି।
- ସମସ୍ତ ନାଗରିକଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଦୈନନ୍ଦିନ ବ୍ୟବହାର ସମୟରେ ଶକ୍ତି ସଂରକ୍ଷଣ କରିବାକୁ ଅନୁରୋଧ କରାଯାଇଛି।
ସରକାରୀ ପ୍ରସ୍ତୁତି ଏବଂ ଯୋଗାଣ ପରିଚାଳନା ପଦକ୍ଷେପ - ଭୂରାଜନୈତିକ ପରିସ୍ଥିତି ସତ୍ତ୍ୱେ, ସରକାର ନିଶ୍ଚିତ କରିଛନ୍ତି ଯେ ଘରୋଇ ଏଲପିଜି, ଘରୋଇ ପିଏନଜି ଏବଂ ସିଏନଜି (ପରିବହନ) ପାଇଁ ୧୦୦% ଯୋଗାଣ କରାଯାଉଛି।
- ବାଣିଜ୍ୟିକ ଏଲପିଜି ପାଇଁ, ହସ୍ପିଟାଲ, ଶିକ୍ଷାନୁଷ୍ଠାନକୁ ପ୍ରାଥମିକତା ଦିଆଯାଇଛି। ଏହା ବ୍ୟତୀତ, ଔଷଧ, ଇସ୍ପାତ, ଅଟୋମୋବାଇଲ୍, ବିହନ, କୃଷି ଇତ୍ୟାଦିକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ପ୍ରବାସୀ ଶ୍ରମିକଙ୍କୁ ୫ କିଲୋଗ୍ରାମ ଏଫଟିଏଲ ଯୋଗାଣ ମଧ୍ୟ ହାରାହାରି ଆଧାରରେ ଦ୍ୱିଗୁଣିତ କରାଯାଇଛି।
- ସରକାର ଯୋଗାଣ ଏବଂ ଚାହିଦା ଉଭୟ ଦିଗରେ ଅନେକ ପଦକ୍ଷେପ କାର୍ଯ୍ୟକାରୀ କରିସାରିଛନ୍ତି, ଯେଉଁଥିରେ ରିଫାଇନାରୀ ଉତ୍ପାଦନ ବୃଦ୍ଧି କରିବା, ସହରାଞ୍ଚଳରେ ବୁକିଂ ବ୍ୟବଧାନ ୨୧ ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ସହିତ ଯୋଗାଣ ପାଇଁ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି।
- ଏଲପିଜି ଚାହିଦା ଉପରେ ଚାପ କମ କରିବା ପାଇଁ କିରୋସିନ ଏବଂ କୋଇଲା ଭଳି ବିକଳ୍ପ ଇନ୍ଧନ ଉପଲବ୍ଧ କରାଯାଇଛି।
- କୋଇଲା ମନ୍ତ୍ରଣାଳୟ କ୍ଷୁଦ୍ର ଏବଂ ମଧ୍ୟମ ଗ୍ରାହକଙ୍କୁ ବଣ୍ଟନ ପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ କୋଇଲା ଯୋଗାଣ କରିବାକୁ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କୋଲିଆରିଜ୍ ନିର୍ଦ୍ଦେଶ ଦେଇଛି।
- ଘରୋଇ ଏବଂ ବାଣିଜ୍ୟିକ ଗ୍ରାହକମାନଙ୍କ ପାଇଁ ନୂତନ ପିଏନଜି ସଂଯୋଗକୁ ସହଜ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହିତ ସମନ୍ୱିତ ପ୍ରୟାସ
ରାଜ୍ୟ ସରକାରଙ୍କୁ ଯୋଗାଣ ଉପରେ ନଜର ରଖିବା ଏବଂ ପେଟ୍ରୋଲିୟମ୍ ଉତ୍ପାଦର ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ, ୧୯୫୫ ଏବଂ ଏଲପିଜି ନିୟନ୍ତ୍ରଣ ଆଦେଶ, ୨୦୦୦ ଅନୁଯାୟୀ କ୍ଷମତା ଦିଆଯାଇଛି। ଭାରତ ସରକାର ୨୭.୦୩.୨୦୨୬ ଏବଂ ୦୨.୦୪.୨୦୨୬ ତାରିଖର ଚିଠି ମାଧ୍ୟମରେ ପର୍ଯ୍ୟାପ୍ତ ଇନ୍ଧନ ଉପଲବ୍ଧତା ସମ୍ପର୍କରେ ନାଗରିକମାନଙ୍କୁ ଆଶ୍ୱସ୍ତ କରିବା ପାଇଁ ସକ୍ରିୟ ଜନ ଯୋଗାଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ନିମ୍ନଲିଖିତ ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା: - ଦୈନିକ ପ୍ରେସ ବ୍ରିଫିଂ ଏବଂ ନିୟମିତ ସାଧାରଣ ପରାମର୍ଶ ଜାରି କରିବା।
- ସୋସିଆଲ ମିଡିଆରେ ନକଲି ଖବର / ଭୁଲ ସୂଚନା ସକ୍ରିୟ ଭାବରେ ତଦାରଖ ଏବଂ ପ୍ରତିହତ କରିବା।
- ଜିଲ୍ଲା ପ୍ରଶାସନ ଦ୍ୱାରା ଦୈନିକ କାର୍ଯ୍ୟକାରୀ ଅଭିଯାନକୁ ତୀବ୍ର କରିବା ଏବଂ ଓଏମସି ସହିତ ସମନ୍ୱୟରେ ଚଢାଉ ଏବଂ ଯାଞ୍ଚ ଜାରି ରଖିବା
- ସେମାନଙ୍କ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରେ ବାଣିଜ୍ୟିକ ଏଲପିଜି ଆବଣ୍ଟନ ନିର୍ଦ୍ଦେଶ ଜାରି କରିବା
- ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଆବଣ୍ଟିତ ଅତିରିକ୍ତ ଏସକେଓ ପାଇଁ ଆବଣ୍ଟନ ନିର୍ଦ୍ଦେଶ ଜାରି କରିବା।
- ପିଏନଜି ଗ୍ରହଣ ଏବଂ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହିତ କରିବା।
- ଘରୋଇ ଆବଶ୍ୟକତା ପାଇଁ ଏଲପିଜି ଯୋଗାଣକୁ ପ୍ରାଥମିକତା ଦେବା ଏବଂ ଯୋଗାଣ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡରର ଲକ୍ଷ୍ୟଭେଦୀ ବଣ୍ଟନ ଗ୍ରହଣ କରିବା।
- ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ ନିୟନ୍ତ୍ରଣ କକ୍ଷ ଏବଂ ଜିଲ୍ଲା ମନିଟରିଂ କମିଟି ସ୍ଥାପନ କରିଛନ୍ତି।
- ବର୍ତ୍ତମାନ, ୨୪ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ନିୟମିତ ପ୍ରେସ ବ୍ରିଫିଂ ଜାରି କରୁଛନ୍ତି।
ପ୍ରବର୍ତ୍ତନ ଏବଂ ତଦାରଖ କାର୍ଯ୍ୟ - ଏଲପିଜି ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ ସାରା ଦେଶରେ ପ୍ରବର୍ତ୍ତନ କାର୍ଯ୍ୟ ଜାରି ରହିଛି। ୧୨.୦୪.୨୦୨୬ ରେ, ସାରା ଦେଶରେ ୨୨୫୦ ରୁ ଅଧିକ ଚଢାଉ କରାଯାଇଥିଲା।
- ଗତକାଲି ପର୍ଯ୍ୟନ୍ତ, ୧.୨୮ ଲକ୍ଷରୁ ଅଧିକ ଚଢାଉ କରାଯାଇଛି, ୫୯,୦୦୦ ରୁ ଅଧିକ ସିଲିଣ୍ଡର ଜବତ କରାଯାଇଛି, ୧୦୦୦ ରୁ ଅଧିକ ଏଫଆଇଆର ପଞ୍ଜିକୃତ ହୋଇଛି ଏବଂ ୨୩୮ ଜଣଙ୍କୁ ଗିରଫ କରାଯାଇଛି।
- ପିଏସୟୁ ଓଏମସିଗୁଡ଼ିକ ଅଚାନକ ଯାଞ୍ଚକୁ ସୁଦୃଢ଼ କରିଛନ୍ତି ଏବଂ ୨୧୯ ଟି ଏଲପିଜି ବିତରକ ସଂସ୍ଥା ଉପରେ ଦଣ୍ଡାଦେଶ ଜାରି କରିଛନ୍ତି, ଏବଂ ଏପର୍ଯ୍ୟନ୍ତ ୫୬ ଟି ଏଲପିଜି ବିତରକ ସଂସ୍ଥାକୁ ନିଲମ୍ବିତ କରାଯାଇଛି।
ଏଲପିଜି ଯୋଗାଣ
ଘରୋଇ ଏଲପିଜି ଯୋଗାଣ ସ୍ଥିତି: - ପ୍ରଚଳିତ ଭୌଗୋଳିକ ପରିସ୍ଥିତି ଦ୍ୱାରା ଏଲପିଜି ଯୋଗାଣ ପ୍ରଭାବିତ ହେବାରେ ଲାଗିଛି। ଏଲପିଜି ବିତରକମାନଙ୍କରେ କୌଣସି ଡ୍ରାଇ-ଆଉଟ୍ ରିପୋର୍ଟ କରାଯାଇନାହିଁ।
- ସମଗ୍ର ଶିଳ୍ପରେ ଅନଲାଇନ୍ ଏଲପିଜି ବୁକିଂ ପ୍ରାୟ ୯୯% ବୃଦ୍ଧି ପାଇଛି।
- ଘରୋଇ ଏଲପିଜି ସିଲିଣ୍ଡର ବିତରଣ ସ୍ୱାଭାବିକ ରହିଛି।
- ପରିବାରକୁ ଘରୋଇ ଏଲପିଜି ସିଲିଣ୍ଡର ବିତରଣ ସୁନିଶ୍ଚିତ କରିବା ପାଇଁ ରବିବାର ଅଧିକାଂଶ ଏଲପିଜି ବିତରକ କାର୍ଯ୍ୟ କରିଛନ୍ତି।
ବାଣିଜ୍ୟିକ ଏଲପିଜି ଯୋଗାଣ ଏବଂ ଆବଣ୍ଟନ ପଦକ୍ଷେପ:
ପ୍ରତ୍ୟେକ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ବଣ୍ଟନ ପାଇଁ ଉପଲବ୍ଧ ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡରର ଦୈନିକ ପରିମାଣକୁ ୨୧.୦୩.୨୦୨୬ ତାରିଖର ପତ୍ରରେ ଉଲ୍ଲେଖ କରାଯାଇଥିବା ୨୦% ସୀମା ବ୍ୟତୀତ ୨-୩ ମାର୍ଚ୍ଚ ୨୦୨୬ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କୁ ପ୍ରଦାନ କରାଯାଉଥିବା ହାରାହାରି ଦୈନିକ ଯୋଗାଣ (ସିଲିଣ୍ଡର ସଂଖ୍ୟା) ଉପରେ ଆଧାର କରି ଦ୍ୱିଗୁଣିତ କରାଯାଉଛି। - ୩ ଏପ୍ରିଲ ୨୦୨୬ ଠାରୁ, ପିଏସୟୁ ଓଏମସିଗୁଡ଼ିକ ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡର ପାଇଁ ୩୪୫୦ ରୁ ଅଧିକ ସଚେତନତା ଶିବିର ଆୟୋଜନ କରିଛନ୍ତି, ଯେଉଁଥିରେ ୪୦,୮୦୦ – ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡର ମଧ୍ୟ ବିକ୍ରି ହୋଇଛି।
- ୨୩ ମାର୍ଚ୍ଚ ୨୦୨୬ ଠାରୁ, ୧୩.୩ ଲକ୍ଷ – ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡର ବିକ୍ରି ହୋଇଛି।
- ଆଇଓସିଏଲ୍, ଏଚପିସିଏଲ୍ ଏବଂ ବିପିସିଏଲ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ବାଣିଜ୍ୟିକ ଏଲପିଜି ବଣ୍ଟନ ଯୋଜନା ପାଇଁ ରାଜ୍ୟ କର୍ତ୍ତୃପକ୍ଷ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ସ୍ଥାପନ କରୁଛି।
- ୧୪ ମାର୍ଚ୍ଚ ୨୦୨୬ ପରଠାରୁ ମୋଟ ୧,୨୨,୯୮୪ ମେଟ୍ରିକ ଟନ୍ ବାଣିଜ୍ୟିକ ଏଲପିଜି (୬୪.୭୨ ଲକ୍ଷ ୧୯ କିଲୋଗ୍ରାମରୁ ଅଧିକ ସିଲିଣ୍ଡର ସହିତ ସମାନ) ବିକ୍ରି ହୋଇଛି।
ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନଜି ସମ୍ପ୍ରସାରଣ ପଦକ୍ଷେପ - ଗ୍ରାହକମାନଙ୍କୁ ଡି-ପିଏନଜି ଏବଂ ସିଏନଜି (ପରିବହନ) ପାଇଁ ୧୦୦% ଯୋଗାଣ ସହିତ ପ୍ରାଥମିକତା ଦିଆଯାଇଛି।
- ସିଜିଡି ସଂସ୍ଥାଗୁଡ଼ିକୁ ବାଣିଜ୍ୟିକ ଏଲପିଜି ଉପଲବ୍ଧତା ସମ୍ବନ୍ଧୀୟ ଚିନ୍ତାକୁ ଦୂର କରିବା ପାଇଁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଣ୍ଟିନ୍ ଭଳି ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ପିଏନଜି ସଂଯୋଗକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି।
- ଆଇଜିଏଲ୍, ଏମଜିଏଲ୍, ଗେଲ୍ ଗ୍ୟାସ୍ ଏବଂ ବିପିସିଏଲ୍ ସମେତ ସିଜିଡି କମ୍ପାନୀଗୁଡ଼ିକ ଘରୋଇ ଏବଂ ବାଣିଜ୍ୟିକ ପିଏନଜି ସଂଯୋଗ ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି।
- ସିଜିଡି ନେଟୱାର୍କର ସମ୍ପ୍ରସାରଣ ପାଇଁ ଆବଶ୍ୟକୀୟ ଅନୁମୋଦନଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ମନ୍ତ୍ରଣାଳୟଗୁଡ଼ିକୁ ଅନୁରୋଧ କରାଯାଇଛି।
- ୨୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପୂର୍ବରୁ ପିଏନଜି ସମ୍ପ୍ରସାରଣ ସଂସ୍କାର ସହିତ ଜଡିତ ଅତିରିକ୍ତ ବାଣିଜ୍ୟିକ ଏଲପିଜି ଆବଣ୍ଟନ ପାଉଛନ୍ତି।
- ସ୍ୱଚ୍ଛ, ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭରଶୀଳ ଶକ୍ତି ଭବିଷ୍ୟତକୁ ଉତ୍ସାହିତ କରିବା ପାଇଁ, ଭାରତ ସରକାର ଏକ ମଡେଲ୍ ଡ୍ରାଫ୍ଟ ରାଜ୍ୟ ସିବିଜି ନୀତି ବିକଶିତ କରିଛନ୍ତି।
- ମାର୍ଚ୍ଚ ୨୦୨୬ ପରଠାରୁ, ପ୍ରାୟ ୪.୩୨ ଲକ୍ଷ ପିଏନଜି ସଂଯୋଗକୁ ଗ୍ୟାସିଫାଇଡ୍ କରାଯାଇଛି ଏବଂ ପ୍ରାୟ ୪.୭୫ଲକ୍ଷ ଅତିରିକ୍ତ ଗ୍ରାହକ ନୂତନ ସଂଯୋଗ ପାଇଁ ପଞ୍ଜିକରଣ କରିଛନ୍ତି।
- ୧୨.୦୪.୨୦୨୬ ପର୍ଯ୍ୟନ୍ତ, ୩୧,୭୦୦ ରୁ ଅଧିକ ପିଏନଜି ଗ୍ରାହକ MYPNGD.in ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଏଲପିଜି ସଂଯୋଗ ସମର୍ପଣ କରିଛନ୍ତି।
ଅଶୋଧିତ ତୈଳ ସ୍ଥିତି ଏବଂ ରିଫାଇନାରୀ କାର୍ଯ୍ୟ - ସମସ୍ତ ରିଫାଇନାରୀଗୁଡ଼ିକ ପର୍ଯ୍ୟାପ୍ତ ଅଶୋଧିତ ତୈଳ ସଂଗ୍ରହ ସହିତ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି, ଯେତେବେଳେ ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ବଜାୟ ରଖାଯାଇଛି।
- ଘରୋଇ ବ୍ୟବହାରକୁ ସମର୍ଥନ କରିବା ପାଇଁ ରିଫାଇନାରୀଗୁଡ଼ିକରୁ ଘରୋଇ ଏଲପିଜି ଉତ୍ପାଦନ ବୃଦ୍ଧି କରାଯାଇଛି।
ଖୁଚୁରା ଇନ୍ଧନ ଉପଲବ୍ଧତା ଏବଂ ମୂଲ୍ୟ ନିର୍ଦ୍ଧାରଣ ପଦକ୍ଷେପ - ଦେଶବ୍ୟାପୀ ଖୁଚୁରା ଦୋକାନଗୁଡ଼ିକ ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛନ୍ତି।
- ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ଅସ୍ୱାଭାବିକ ବୃଦ୍ଧି ଘଟିଛି; ତଥାପି, ଗ୍ରାହକମାନଙ୍କୁ ସୁରକ୍ଷା ଦେବା ପାଇଁ, ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ଟ.୧୦ ହ୍ରାସ କରିଛନ୍ତି।
- ଭାରତ ସରକାର ୧୧.୦୪.୨୦୨୬ ତାରିଖର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଘରୋଇ ବଜାରରେ ଏହି ଉତ୍ପାଦଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୫୫.୫୦ ଟଙ୍କା ଏବଂ ଏଟିଏଫ୍ ଉପରେ ୪୨ ଟଙ୍କା ବୃଦ୍ଧି କରିଛନ୍ତି।
- ଖୁଚୁରା ଦୋକାନଗୁଡ଼ିକରେ କୌଣସି ବୃଦ୍ଧି ବିନା ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଅପରିବର୍ତ୍ତିତ ରହିଛି।
କିରୋସିନ୍ ଉପଲବ୍ଧତା ଏବଂ ବଣ୍ଟନ ବ୍ୟବସ୍ଥା - ନିୟମିତ ଆବଣ୍ଟନ ବ୍ୟତୀତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୪୮,୦୦୦ କେଏଲ୍ କିରୋସିନ୍ ଅତିରିକ୍ତ ଆବଣ୍ଟନ ଯୋଗାଇ ଦିଆଯାଇଛି।
-୧୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏସକେଓ ଆବଣ୍ଟନ ନିର୍ଦ୍ଦେଶ ଜାରି କରିଛନ୍ତି, ଯେତେବେଳେ ହିମାଚଳ ପ୍ରଦେଶ ଏବଂ ଲଦାଖ କୌଣସି ଆବଶ୍ୟକତା ନାହିଁ ବୋଲି ସୂଚିତ କରିଛନ୍ତି।
ସାମୁଦ୍ରିକ ସୁରକ୍ଷା ଏବଂ ଜାହାଜ ଚଳାଚଳ
ପର୍ସିଆନ୍ ଉପସାଗରରେ ବର୍ତ୍ତମାନର ସାମୁଦ୍ରିକ ପରିସ୍ଥିତି, ଭାରତୀୟ ଜାହାଜ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା। କୁହାଯାଇଥିଲା ଯେ: - ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ମିଶନ ସହିତ ସମନ୍ୱୟ ରଖି, ପର୍ସିଆନ୍ ଉପସାଗର କ୍ଷେତ୍ରରେ ବିକଶିତ ପରିସ୍ଥିତି ଉପରେ ସକ୍ରିୟ ଭାବରେ ନଜର ରଖିଛି।
- ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ପତାକା ଜାହାଜ ସହିତ କୌଣସି ଅଘଟଣ ଘଟିଥିବାର ରିପୋର୍ଟ କରାଯାଇ ନାହିଁ।
- ଭାରତ ପତାକା ଜାହାଜ ଜଗ ବିକ୍ରମ ୧୧ ଏପ୍ରିଲ ୨୦୨୬ ରେ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି।
- ଜାହାଜଟି ପ୍ରାୟ ୨୦,୪୦୦ ମେଟ୍ରିକ୍ ଟନ୍ ଏଲପିଜି ମାଲ ପରିବହନ କରୁଛି ଯେଉଁଥିରେ ୨୪ ଜଣ ନାବିକ ଅଛନ୍ତି। ଏହା ୧୪ ଏପ୍ରିଲ ୨୦୨୬ ରେ କାଣ୍ଡଲା ବନ୍ଦରରେ ପହଞ୍ଚିବା ଆଶା କରାଯାଉଛି।
- ସକ୍ରିୟ ହେବା ପରଠାରୁ ଡିଜି ସିପିଂ କଣ୍ଟ୍ରୋଲ ରୁମ୍ ୬୦୭୩ କଲ୍ ଏବଂ ୧୨,୮୬୭ ଇମେଲ ପରିଚାଳନା କରିଛି, ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦ କଲ୍ ଏବଂ ୮୦ଇମେଲ ଅନ୍ତର୍ଭୁକ୍ତ।
- ଡିଜି ସିପିଂ ଏପର୍ଯ୍ୟନ୍ତ ୨୧୭୭ ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିଛି, ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ ଉପସାଗରୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରୁ ୯୩ ଜଣ ଅଛନ୍ତି।
- ଭାରତରେ ବନ୍ଦର କାର୍ଯ୍ୟ ସ୍ବାଭାବିକ ରହିଛି ଏବଂ କୌଣସି ଭିଡ଼ ରିପୋର୍ଟ କରାଯାଇ ନାହିଁ।
- ଭାରତୀୟ ନାବିକଙ୍କ କଲ୍ୟାଣ ଏବଂ ନିରବଚ୍ଛିନ୍ନ ସାମୁଦ୍ରିକ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ସାମୁଦ୍ରିକ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସମନ୍ୱୟ ଜାରି ରଖିଛି।
ଏହି ଅଞ୍ଚଳରେ ଭାରତୀୟ ନାଗରିକଙ୍କ ସୁରକ୍ଷା
ସମଗ୍ର ଅଞ୍ଚଳରେ, ଭାରତୀୟ ମିଶନ ଏବଂ ପୋଷ୍ଟଗୁଡ଼ିକ ଭାରତୀୟ ସମ୍ପ୍ରଦାୟ ସହିତ ଘନିଷ୍ଠ ସମ୍ପର୍କରେ ରହିଛନ୍ତି, ଏବଂ ସେମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ସହାୟତା ଏବଂ ଆବଶ୍ୟକୀୟ ପରାମର୍ଶ ଜାରି କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସୂଚନା ଅନୁଯାୟୀ:
ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉପସାଗରୀୟ ଦେଶଗୁଡ଼ିକ ସହିତ ଯୋଗାଯୋଗକୁ ମଜବୁତ କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ୧୧ ରୁ ୧୨ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ କରିଥିଲେ। ଗତକାଲି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଆବୁଧାବିରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି, ମାନ୍ୟବର ମହମ୍ମଦ ବିନ୍ ଜାଏଦଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଭାରତୀୟ ସମ୍ପ୍ରଦାୟର ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ଭାରତର କୃତଜ୍ଞତା ଜଣାଇଥିଲେ। ଭାରତ-ୟୁଏଇ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏହି ସାକ୍ଷାତ ସମୟରେ ଦୁବାଇର ଯୁବରାଜ, ଉପପ୍ରଧାନମନ୍ତ୍ରୀ ଏବଂ ୟୁଏଇର ପ୍ରତିରକ୍ଷା ମନ୍ତ୍ରୀ, ମାନ୍ୟବର ହମଦାନ ବିନ୍ ମହମ୍ମଦଙ୍କୁ ମଧ୍ୟ ଭେଟିଥିଲେ। ସେ ଦୁବାଇରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ପ୍ରଶଂସା କରିଥିଲେ।
୧୧ ଏପ୍ରିଲ୍, ୨୦୨୬ରେ, ବୈଦେଶିକ ମନ୍ତ୍ରୀ ଆବୁଧାବିରେ ୟୁଏଇର ଉପପ୍ରଧାନମନ୍ତ୍ରୀ ଏବଂ ଏଫଏମ, ଅବଦୁଲ୍ଲା ବିନ୍ ଜାଏଦଙ୍କୁ ଭେଟିଥିଲେ। ଆଲୋଚନା ଆଞ୍ଚଳିକ ପରିସ୍ଥିତି ଏବଂ ଏହାର ପ୍ରଭାବ ଉପରେ କେନ୍ଦ୍ରିତ ଥିଲା। ମନ୍ତ୍ରୀ ୟୁଏଇରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଗଭୀର ପ୍ରଶଂସା କରିଥିଲେ ଏବଂ ଭାରତ-ୟୁଏଇ ବ୍ୟାପକ ରଣନୈତିକ ସହଭାଗୀତା ଆହୁରି ଆଗକୁ ବଢ଼ିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ।
ବୈଦେଶିକ ମନ୍ତ୍ରୀ ୟୁଏଇ ଗସ୍ତ ଆରମ୍ଭ କରି ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ପଶ୍ଚିମ ଏସିଆ ବିବାଦ ମଧ୍ୟରେ ସେମାନଙ୍କ କଲ୍ୟାଣ ଏବଂ ସୁରକ୍ଷା ପାଇଁ ଭାରତ ସରକାରଙ୍କ ପ୍ରୟାସ ବିଷୟରେ କହିଥିଲେ। ସେ ଏହି କଷ୍ଟକର ସମୟରେ ସ୍ଥାନୀୟ ସମାଜ ପ୍ରତି ସେମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ।
ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଗତ ସପ୍ତାହରେ କତାର ଗସ୍ତ କରିଥିଲେ ଏବଂ ବାଣିଜ୍ୟ ମନ୍ତ୍ରୀ ମଧ୍ୟ ଉପସାଗର ଏବଂ ପଶ୍ଚିମ ଏସିଆ କ୍ଷେତ୍ରରେ ବିକାଶ ଉପରେ କଡ଼ା ନଜର ରଖିଛନ୍ତି।
ସୂଚନା ଏବଂ ସମନ୍ୱୟର ଉତ୍ତମ ଆଦାନପ୍ରଦାନ ପାଇଁ ବୈଦେଶିକ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ନିୟମିତ ଯୋଗାଯୋଗରେ ଅଛି। ଏହି କ୍ଷେତ୍ରରେ ଭାରତୀୟ ସମ୍ପ୍ରଦାୟର ସୁରକ୍ଷା, ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ଉପରେ ପ୍ରୟାସ ଜାରି ରହିଛି। ଭାରତୀୟ ମିଶନ ଏବଂ ପୋଷ୍ଟଗୁଡ଼ିକ ୨୪x୭ ହେଲ୍ପଲାଇନ୍ କାର୍ଯ୍ୟ ଜାରି ରଖିଛନ୍ତି ଏବଂ ଭାରତୀୟ ନାଗରିକମାନଙ୍କୁ ସକ୍ରିୟ ଭାବରେ ସହାୟତା କରୁଛନ୍ତି। ଯେଉଁ ଦେଶଗୁଡିକର ଆକାଶ ସୀମା ଖୋଲା ରହିଛି ସେଠାରୁ ବିମାନ ଚଳାଚଳ ଜାରି ରହିଛି। ୨୮ ଫେବୃଆରୀ ପରଠାରୁ, ପ୍ରାୟ ୯,୨୭,୦୦୦ ଯାତ୍ରୀ ଏହି ଅଞ୍ଚଳରୁ ଭାରତ ଯାତ୍ରା କରିଛନ୍ତି।
ୟୁଏଇ ରେ, ବିମାନ କମ୍ପାନୀଗୁଡ଼ିକ କାର୍ଯ୍ୟକ୍ଷମ ଏବଂ ସୁରକ୍ଷା ବିଚାରକୁ ଆଧାର କରି ୟୁଏଇ ଏବଂ ଭାରତ ମଧ୍ୟରେ ସୀମିତ ଅଣ-ନିର୍ଦ୍ଧାରିତ ବାଣିଜ୍ୟିକ ବିମାନ ଚଳାଚଳ ଜାରି ରଖିଛନ୍ତି, ଆଜି ପ୍ରାୟ ୧୦୦ଟି ଉଡ଼ାଣ ଆଶା କରାଯାଉଛି। ସାଉଦି ଆରବ ଏବଂ ଓମାନର ବିଭିନ୍ନ ବିମାନବନ୍ଦରରୁ ଭାରତର ଗନ୍ତବ୍ୟସ୍ଥଳକୁ ଉଡ଼ାଣ ଜାରି ରହିଛି।
କତାର ଏୟାରସ୍ପେସ୍ ଆଂଶିକ ଭାବରେ ଖୋଲା ଥିବାରୁ, କତାର ଏୟାରୱେଜ୍ ଆଜି ଭାରତକୁ ପ୍ରାୟ ୮-୧୦ ଟି ବିମାନ ଚଳାଚଳ କରିବ ବୋଲି ଆଶା କରାଯାଉଛି। କୁଏତ୍ ଏୟାରସ୍ପେସ୍ ବନ୍ଦ ରହିଛି। କୁଏତ୍ ର ଜାଜିରା ଏୟାରୱେଜ୍ ଏବଂ କୁଏତ୍ ଏୟାରୱେଜ୍ ସାଉଦି ଆରବର ଦମ୍ମାମ୍ ବିମାନବନ୍ଦରରୁ ଭାରତକୁ ଅଣ-ନିର୍ଦ୍ଧାରିତ ବାଣିଜ୍ୟିକ ବିମାନ ଚଳାଚଳ କରୁଛନ୍ତି। କୁଏତ୍ ରୁ ଭାରତୀୟ ନାଗରିକଙ୍କ ଯାତ୍ରା ସାଉଦି ଆରବ ଦେଇ ଜାରି ରହିଛି।
ବାହାରିନ୍ ଏୟାରସ୍ପେସ୍ ଖୋଲା ଅଛି। ଗଲ୍ଫ ଏୟାର ଖୁବ୍ ଶୀଘ୍ର ବାହାରିନ୍ ରୁ ଭାରତକୁ ସୀମିତ ବିମାନ ଚଳାଚଳ ଆରମ୍ଭ କରିବ ବୋଲି ଆଶା କରାଯାଉଛି ଏବଂ ବର୍ତ୍ତମାନ ସାଉଦି ଆରବର ଦମ୍ମାମ୍ ବିମାନବନ୍ଦରରୁ ଭାରତକୁ ଅଣ-ନିର୍ଦ୍ଧାରିତ ବିମାନ ଚଳାଚଳ କରୁଛି। ବାହାରିନ୍ ରୁ ଭାରତୀୟ ନାଗରିକଙ୍କ ଯାତ୍ରା ସାଉଦି ଆରବ ଦେଇ ଭାରତକୁ ଜାରି ରହିଛି। ତେହେରାନରେ ଥିବା ଦୂତାବାସ ଏପର୍ଯ୍ୟନ୍ତ ୨୨୩୦ ଜଣ ଭାରତୀୟ ନାଗରିକଙ୍କୁ ଭାରତକୁ ଆଗକୁ ଯାତ୍ରା ପାଇଁ ଇରାନରୁ ଆର୍ମେନିଆ ଏବଂ ଆଜରବାଇଜାନକୁ ପରିବହନ ସୁବିଧା ପ୍ରଦାନ କରିଛି। ଏଥିରେ ୯୮୭ ଜଣ ଭାରତୀୟ ଛାତ୍ର ଏବଂ ୬୫୭ ଜଣ ଭାରତୀୟ ମତ୍ସ୍ୟଜୀବୀ ଅନ୍ତର୍ଭୁକ୍ତ।
ଇସ୍ରାଏଲ ଏୟାରସ୍ପେସ୍ ପ୍ରତିବନ୍ଧିତ ବିମାନ ଚଳାଚଳ ସହିତ ଆଂଶିକ ଭାବରେ ଖୋଲା ଅଛି। ଇସ୍ରାଏଲରୁ ଜୋର୍ଡାନ ଏବଂ ମିଶର ଦେଇ ଭାରତକୁ ଭାରତୀୟ ନାଗରିକଙ୍କ ଯାତ୍ରା ସୁବିଧା ପ୍ରଦାନ କରାଯାଉଛି। ଇରାକ୍ ଏୟାରସ୍ପେସ୍ ଖୋଲା ଅଛି। ଇରାକି ଏୟାରୱେଜ୍ ଗତକାଲି ଭାରତକୁ ବିମାନ ଚଳାଚଳ ଆରମ୍ଭ କରିଛି। ଇରାକରୁ ଜୋର୍ଡାନ ଏବଂ ସାଉଦି ଆରବ ଦେଇ ଭାରତକୁ ଭାରତୀୟ ନାଗରିକଙ୍କ ଯାତ୍ରାକୁ ସହଜ କରାଯାଉଛି।