ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ନିୟୁ କନ୍ଫେରେନସ୍ ହଲ ଠାରେ ୨ ଦିନିଆ ସ୍ବେଛାସେବୀ ପ୍ରଶିକ୍ଷଣ ଶିବିର ସହ ସବୁଜ କ୍ୟାମ୍ପସ ଅଭିଯାନ ଉଦଘାଟିତ ହୋଇଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜାତୀୟ ସେବା ଯୋଜନାର ଟ୍ରେନିଙ୍ଗ ସଂଯୋଜକ ନିରଦ ବରଣ ଖୁଣ୍ଟିଆ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଖୁଣ୍ଟିଆ ସମାଜ ସେବା ପ୍ରତି ନିଜକୁ ପ୍ରସ୍ତୁତ କରିବା, ନିଜକୁ ଗଢ଼ିବା ସହ ସୁସ୍ଥ ସମାଜ ଗଢ଼ିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କୁଳପତି ପ୍ରଫେସର ଦାଶ ଆଗ୍ରହ ସହିତ ସାମିଲ ହୋଇ ଥିବାରୁ ସ୍ବେଛାସେବୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ରାଜ୍ୟ ସ୍ତରୀୟ ବେଷ୍ଟ ସ୍ୱେଛାସେବୀ ଭାବେ ଚୟନ ହୋଇଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ର ନୀଳ ମାଧବଙ୍କୁ କୁଳପତି ସମ୍ମାନୀତ କରିଥିଲେ ।

Leave A Reply

Your email address will not be published.

one + 3 =

error: Content is protected !!