ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦୋଉଳି ଗ୍ରାମରେ ଅବସ୍ତିତ ସହିଦ ଭଗତସିଂ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଗୁରୁବାର ଦିନ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ପ୍ରାଧ୍ୟାପକ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ୱରେ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଖଣ୍ଡିଦୋଉଳି ମହାବିଦ୍ୟାଳୟ ଅଧ୍ୟକ୍ଷା ମିନତୀ ପଟ୍ଟନାୟକ ଯୋଗ ଦେଇଥିଲେ । ପ୍ରଶିକ୍ଷଣ ମୁଖ୍ୟ ଓ ସଂଯୋଜିକା ଅଧ୍ୟାପିକା ମିନତୀ ରଥ ଓ ମାଷ୍ଟର ଟ୍ରେନର୍‌ ମନସ୍ମିତା ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କେମିତି କରାଯିବ ସେ ବିଷୟରେ କୌଶଳ ଗୁଡିକ ଶିକ୍ଷାଦାନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ ଏବଂ କର୍ମଚାରୀମାନେ ତାଲିମ ଶିବିରରେ ସହଯୋଗ କରିଥିଲେ ।

Leave A Reply

Your email address will not be published.