pakka

ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ରେଳ ଦୁର୍ଘଟଣାରେ ଆହତମାନଙ୍କ ପାଇଁ ରକ୍ତଦାନ ଶିବିର

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ସହିଦନଗର ଦୁର୍ଗା ପୂଜା ସମିତି ଆନୁକୂଲ୍ୟରେ ବାଲେଶ୍ୱରର ବାହନଗା ଠାରେ ରେଳ ଦୁର୍ଘଟଣାରେ ମୃତ୍ୟୁ ବ୍ୟକ୍ତିମାନଙ୍କ ପାଇଁ ଏକ ଶୋକ ସଭାର ଆୟୋଜନ କରାଯାଇଥିବା ବେଳେ ଆହତମାନଙ୍କ ପାଇଁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଅବସରରେ ସହିଦନଗର ସଭ୍ୟ ଓ ଅନେକ ସ୍ୱେଚ୍ଛାସେବୀ ସଂସ୍ଥାର ସଭ୍ୟମାନେ ଯୋଗଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ସ୍ଵେଚ୍ଛାରେ ବହୁ ସଂଖ୍ୟାରେ ଲୋକେ ରକ୍ତଦାନ କରିଥିଲେ । ଏହି ଶିବରରେ ୧୦୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଓ ଶେଷରେ ଭୁବନେଶ୍ୱର ମଧ୍ୟମର ବିଧାୟକ ଅନନ୍ତ ନାରାୟଣ ଜେନା ରକ୍ତଦାତାଙ୍କୁ ରେଡକ୍ରସର ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି ଉତ୍ସବରେ ସହିଦନଗର ଦୁର୍ଗା ପୂଜା ସମିତିର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 + 19 =

error: Content is protected !!