pakka

ନିଷାନ୍‌ର ଚତୁର୍ଥ ଅଠାରି କବିତା ଆସର ଅନୁଷ୍ଠିତ

bbehera

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଚତୁର୍ଥ ଆଭାସି ଅଠାରି କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ୪ ଜୁନ୍ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ । ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ବିପାଶା ବାଗ ସ୍ୱଗତ ସଂଗୀତ ପରିବେଷଣ କରିଥିଲେ । ଉକ୍ତ ଆଭାସି କବିତା ଆସରରେ ବିଶିଷ୍ଟ କବି, ଲେଖକ, ନାଟ୍ୟକାର, ଆଲୋଚକ, ଶିକ୍ଷାବିତ୍ ବନବାସ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋସଲି ଭାଷାର ଭାବ ଦିଗ ଓ କଳା ଦିଗ ଉପରେ ଆଲୋକପାତ କରିଥିଲେ ଓ ସାହିତ୍ୟର ଅଗ୍ରଗତି ଦିଗରେ ନିଷାନ୍‌ର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ସ୍ଵନାମଧନ୍ୟା କବୟିତ୍ରୀ ଜ୍ୟୋତି ରାଣୀ ମିଶ୍ର ଯୋଗଦେଇ ଗୀତ ଓ କବିତା ଶୁଣାଇ ଶ୍ରୋତାଙ୍କ ମନ ମୋହି ନେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ବିଶିଷ୍ଟ କବି, ସୁସଂଗଠକ ଭକ୍ତବନ୍ଧୁ ସାହୁ ଯୋଗଦେଇ ସମାଜ ସଂସ୍କାରମୂଳକ କବିତା ଶୁଣାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ସଭା ପ୍ରାରମ୍ଭରେ ବାଲେଶ୍ଵରର ବାହାନଗାରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା ଓ ଶାନ୍ତି ପାଠ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ କରାଇଥିଲେ । କବିତା ଆସର ଶେଷରେ କବୟିତ୍ରୀ ଶ୍ରୀମତୀ ବବିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ସଂପାଦକ କୃଷ୍ଣେନ୍ଦୁ ହୋତା, କୋଷାଧ୍ୟକ୍ଷ ଦେବେନ୍ଦ୍ର ଭୋଇ, ବରିଷ୍ଠ କବି ସତ୍ୟ ନାରାୟଣ ମିଶ୍ର, କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାଶ, ଚନ୍ଦନା ମଞ୍ଜରୀ ତ୍ରିପାଠୀ, କବିତା ମିଶ୍ର, ହୀରାବତୀ ସାହୁ, ଲିଲାବତୀ ବେହେରା, ମମତା ପାତ୍ର, ରିନୁ ପ୍ରଧାନ, ସାବିତ୍ରୀ ସାହୁ, ସାବିତ୍ରୀ ସାହୁ(ଧଣ୍ଡାମୁଣ୍ଡା) (ଟିଟିଲାଗଡ଼) ନିରୁ ମିଶ୍ର, ସୁଜାତା ନାଏକ, ତପସ୍ଵିନୀ ପଶାୟତ, ଜ୍ୟୋତ୍ସ୍ନା ମିଶ୍ର, ସେହିପରି କବି ସୁବଳ ସାହୁ, ରାଜୀବ ପଟେଲ, ଧ୍ୟାନାନନ୍ଦ ପଣ୍ଡା, ସନ୍ତୋଷ କୁମାର ବେହେରା, ଅନିଲ ପଣ୍ଡା, ଶଙ୍କର୍ଷଣ ବାଗ, ପ୍ରହଲ୍ଲାଦ ଦଣ୍ଡସେନା, ନିତ୍ୟାନନ୍ଦ ଷଡ଼ଙ୍ଗୀ, ଅମିତ ଭୁଏ, ଫାଲଗୁନି ରଣା, ସତ୍ୟ ଭୂଷଣ, ସୁଦାମ ପୁଟେଲ, ଦିଲୀପ ମିଶ୍ର, ଶୁଭ ପ୍ରସାଦ, ନାରାୟଣ ଦଣ୍ଡସେନା, ରାଧେଶ୍ୟାମ ସାହୁ, ସୁନନ୍ଦ ମିଶ୍ର, କାର୍ତ୍ତିକ ପୁଟେଲ, ଲୋକନାଥ ବେହେରା (ଦେବଗଡ), ଜୟ ପ୍ରଧାନ, ଲୋକନାଥ ଦଳବେହେରା, ଅନିଲ ସାହୁ, ବରୁଣ ସାହୁ, ଅବନୀ ସାହୁ, ଅନିଲ ରଣା, ପ୍ରକାଶ ମେହେର, ମକରଧ୍ଵଜ ଛତର, ନିଗମାନନ୍ଦ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ । “ଖରା” କବିତା ପ୍ରତିଯୋଗିତାରେ କବି ଦିଲିପ କୁମାର ମିଶ୍ର ବିଜେତା ଘୋଷିତ ହୋଇଥିଲେ । ଆସନ୍ତା ଜୁନ ମାସ ୧୧ ତାରିଖ ରବିବାର ଅପରାହ୍ନ ୫ ଘଟିକାରେ ପଞ୍ଚମ ଅଠାରି କବିତା ଆସର ଅନୁଷ୍ଠିତ ହେବ ବୋଲି ସଂପାଦକ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

fourteen − 2 =

error: Content is protected !!