pakka

ବେଲପଡା ପୋଲିସ ଦ୍ୱାରା ଜନ ସମ୍ପର୍କ ଏବଂ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ

bbehera

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର କୁମ୍ଭାରଖୁନ ଗ୍ରାମ ଖେଳ ପଡ଼ିଆଠାରେ ବେଲପଡା ପୋଲିସ ଦ୍ୱାରା ଜନ ସମ୍ପର୍କ ଏବଂ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲିସ ଓ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ଶିବିରର ମୂଳ ଲକ୍ଷ୍ୟ । ଆଜି ସେହି ଉଦ୍ଦେଶ୍ୟ ନେଇ ବେଲପଡା ଆଇଆଇସି ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଗଣାରେ ବୃଦ୍ଧ ବୃଦ୍ଧାମାନଙ୍କୁ ବିଭିନ୍ନ ପ୍ରକାର ରୋଗ ପରୀକ୍ଷା କରିବା ସହ ଔଷଧ ମାଗଣାରେ ବଣ୍ଟନ କରାଯାଇଥିଲା । ତା’ ସହିତ ଅସହାୟମାନଙ୍କୁ କମ୍ବଳ, ଛତା, କାନ୍ଥ ଘଣ୍ଟା ବଣ୍ଟନ କରିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ୍‌, ଖାତା, କଲମ, ବିଭିନ୍ନ ପ୍ରକାର ଉପକରଣ ବଣ୍ଟନ କରାଯାଇଛି । ଏହି ଶିବିର ହେବା ଦ୍ୱାରା ସମସ୍ତ ବୃଦ୍ଧ ବୃଦ୍ଧାମାନେ ଆନନ୍ଦର ସହିତ ସାମିଲ ହୋଇ ସାମଗ୍ରୀଗୁଡିକ ଗ୍ରହଣ କରିଥିଲେ । ସମସ୍ତଙ୍କ ପାଇଁ ରହିବା ଓ ଖାଇବା ପାଇଁ ସୁବନ୍ଦୋବସ୍ତ କରାଯାଇଥିଲା । ତା’ ସହିତ ବେଲପଡା ପୋଲିସ ଦ୍ୱାରା କ୍ରିକେଟ୍‌ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୮ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ କୁମ୍ଭାରଖୁନ(କ) ଏବଂ କୁମ୍ଭାରଖୁନ(ଖ) ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କୁମ୍ଭାରଖୁନ(କ) ଦଳ ତିନି ଓଭରରେ ୩୯ ରନ୍‌ କରିଥିଲେ । କୁମ୍ଭାରଖୁନ(ଖ)ଦଳ ୩୭ ରନ୍‌ ସଂଗ୍ରହ କରି ମ୍ୟାଚ୍‌ରୁ ପରାଜୟ ହୋଇଥିଲେ । ଶେଷରେ ଦୁଇ ଦଳକୁ ବେଲପଡା ଆଇଆଇସି ବୁଲୁ ମୁଣ୍ଡା, ବେଲପଡା ଉପାଧ୍ୟକ୍ଷ ଦୁର୍ୟ୍ୟୋଧନ କୁମ୍ଭାର ଓ ସରପଞ୍ଚ ପ୍ରଦୀପ କୁମାର ବେହେରା ଟ୍ରଫି ପ୍ରଦାନ କରିଥିଲେ ।

Leave A Reply

Your email address will not be published.

one × one =