pakka

୨ୟ ଡୁଙ୍ଗୁରିପାଲି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡୁଙ୍ଗୁରିପାଲି ଆଥେଲେଟିକ ଅନୁଷ୍ଠାନ ତରଫରୁ ଦୁଇ ଦିନ ଧରି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ, ବଲାଙ୍ଗିର, ସୋନପୁର ଜିଲ୍ଲାର ମୋଟ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପଶ୍ଚିମ ଓଡ଼ିଶାରେ ନକଆଉଟ ପ୍ରକ୍ରିୟାନ ହୋଇ ଲିଗ ମ୍ୟାଚ ପ୍ରକ୍ରିୟାର ପଏଣ୍ଟ ପ୍ରକ୍ରିୟାରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ବିଡିଓ ତ୍ରିପୁରା ମହାନନ୍ଦ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ବିଜେତା ଦଳକୁ ପୁରସ୍କୃତ କରିଥିଲେ । ସୁଶାନ୍ତ ପ୍ରଧାନ, ପ୍ରିତିଶ ଭୋଇ ବିଜେତା ଓ ହରିଶଙ୍କର ସିଂହ ଓ ଫିରୋଜ ଖାନ ଉପବିଜେତା ହୋଇଥିଲେ । ହରିଶଙ୍କର ସିଂହଙ୍କୁ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା । ଡୁଙ୍ଗୁରିପାଲି ଖେଳାଳି ଶୁଭମ, ପିକୁ, ରବୀନ୍ଦ୍ର ବିଶ୍ୱାଳ, ଲକି, ମୁକେଶ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

six + 11 =