pakka

ସୁନ୍ଦରଗଡ ଜିଲ୍ଲା ମହିଳା ପତଞ୍ଜଳି ଯୋଗସମିତି ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୮ କମ୍ୟୁନିଟି ସେଣ୍ଟରଠାରେ ସୁନ୍ଦରଗଡ ଜିଲ୍ଲା ପତଞ୍ଜଳି ଯୋଗସମିତି ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ବାଇଁ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସହ ପ୍ରଭାରୀ ଅକୃର ମାର୍ଥା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ୟ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର ବେହେରା, ମୁଖପାତ୍ର ଗଙ୍ଗାଧର ଦାଶ, ରଞ୍ଜନ ସାମଲ, ସବିତା ମହାପାତ୍ର, ସୁରଭି ମଲ୍ଲିକ, ମହାମନ୍ତ୍ରୀ ଆରତୀ ସାହୁ, ନାରାୟଣୀ ନାୟକ, ସଂଧ୍ୟାରାଣୀ ସାହୁ, ରଞ୍ଜିତା ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆରତୀ କରଙ୍କୁ ସୋସିଆଲ୍ ମିଡିଆ ପ୍ରଭାରୀ ଦାୟିତ୍ୱ ଅର୍ପଣ କରାଯାଇଥିଲା ବେଳେ ଏହି ଅବସରରେ ଯୋଗନୃତ୍ୟ, ସଂଗୀତ, ବିବିଧ ଯୋଗାସନ, ଝୋଟି, ଶଙ୍ଖ, ହୁଳହୁଳି, ଯୋଗ କୁଇଜ ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ବହୁ ଯୋଗଶିକ୍ଷକ ଓ ଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fourteen + six =