ଖୋଲିଲା ୪୭୭ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ପୋର୍ଟାଲ୍

ଭୂବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠାରୁ ରାଜ୍ୟ ପୋଲିସରେ ୪୭୭ ସବ୍-ଇନ୍ସପେକ୍ଟରର ପଦବୀ ପାଇଁ ନିଯୁକ୍ତି ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏଥିପାଇଁ ପୋର୍ଟଲକୁ ଖୋଲି ଦିଆଯାଇଛି । ଏଥିପାଇଁ ଆଜିଠାରୁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଆସନ୍ତା ୧୫ ତାରିଖ ଆବେଦନ କରିବାର ଶେଷ ତାରିଖ ରହିଛି । ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୨୫ ବର୍ଷ ମଧ୍ୟରେ ହେବ । ଏଥିରେ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ୍ ରହିଛି । ପରୀକ୍ଷା ପାଇଁ ଅନଲାଇନରେ ଦୁଇଟି ପେପର ରହିଛି । ମୋଟ୍ ୩୦୦ ମାର୍କର ପରୀକ୍ଷା । ଭୁଲ ତ୍ତର ପାଇଁ ନେଗେଟିଭ୍ ମାର୍କିଂ ରହିଛି । ପ୍ରାଥୀମାନେhttps://odipolsi21.onlineapplicationform.org/ODIPOL ପୋର୍ଟାଲକୁ ଯାଇ ଆବେଦନ କରିପାରିବେ । ୪୭୭ ପଦବୀରୁ ଅନୂସୂଚିତ ଜାତିଙ୍କ ପାଇଁ ୭୮ , ଅନୂସୂଚିତ ଜନଜାତି ବର୍ଗ ପାଇଁ ୧୦୭ , ଏସଇବିସି ପାଇଁ ୫୩ , ସାଧାରଣ ବର୍ଗ ପାଇଁ ୨୩୯ଟି ପଦବୀ ରହିଛି । ସେହିପରି ଏକ୍ସ ସର୍ଭିସ୍ ମ୍ୟାନଙ୍କ ପାଇଁ ୧୪ ଓ ସ୍ପୋର୍ଟସ କୋଟାରେ ୫ଟି ପଦବୀ ରହିଛି ।

Leave A Reply

Your email address will not be published.

17 + 10 =