ରେଳ ଷ୍ଟେସନରେ ଟିକେଟ ଚେକିଙ୍ଗ କରିବ “ଆତ୍ମା”

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏଣିକି ଭୁବନେଶ୍ୱର ରେଳ ଷ୍ଟେସନରେ ଟିକେଟ ଜାଂଚ୍ କରିବ ମେସିନ । ଆଜି ଆତ୍ମା ବା ସ୍ୱୟଂଚାଳିତ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ଭୁବନେଶ୍ୱର ରେଳ ଷ୍ଟେସନରେ ଉଦଘାଟିତ ହୋଇଯାଇଛି । ଏଟିଏମଏ ବା ଆତ୍ମା ସିଷ୍ଟମ ଦ୍ୱାରା ଯାତ୍ରୀଙ୍କ ତାପମାତ୍ରା ପାଇଁ ଫଳପ୍ରଦ ସ୍କ୍ରିନିଂ ଏବଂ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ କର୍ମଚାରୀଙ୍କ ଦ୍ୱାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ସହାୟତା କରିବ । ବିଶେଷ କରି ଯେଉଁମାନେ ଇ-ଟିକେଟଧାରୀ, ସେମାନଙ୍କ ପାଇଁ ମୁଖ୍ୟତଃ କାମ କରିବ ୪ଟି ମେସିନ । ଟିକେଟର ବାରକୋଡକୁ ଏହି ମେସିନ କ୍ୟାମେରା ସ୍କାନ କରି ଟିକେଟ କନଫର୍ମ ହୋଇଛି କି ନାହିଁ ଏବଂ ଟିକେଟର ସମସ୍ତ ବିବରଣୀ ଜଣାଇବ । ଏହାସହ ସଂପୃକ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବ । ଯାତ୍ରୀ ଜଣକ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ଏହି ମେସିନ ସ୍କାନ କରି ଜଣାଇବ । ଏହା ସମ୍ପୂର୍ଣ ଟଚ୍‌ ଫ୍ରି ସିଷ୍ଟମ ।

Leave A Reply

Your email address will not be published.

three × two =