pakka

ସିନାପାଲି ଥାନା ପରିସରରେ ଜଳଛତ୍ର ଶୁଭାରମ୍ଭ

bbehera

ସିନାପାଲି, (ନିରାକାର ମେହେର) : ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ଉଦ୍ୟମରେ ସିନାପାଲି ଥାନା ପରିସରରେ ଜଳଛତ୍ର ଶୁଭାରମ୍ଭ ହୋଇଛି । ଏଭଳି ସମୟରେ ଥାନାରେ ଜଳଛତ୍ର ଖୋଲିଥିବାରୁ ଲୋକେ ଦେଖି ଖୁସି ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ମେହେର ଯୋଗଦାନ କରି ଏହାକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଳ, ସ୍ଥାନୀୟ ସମିତି ସଭ୍ୟ ତଥା ସିନାପାଲି ସମିତି ସଂଘ ସଭାପତି ମନିଷ କୁମାର ପଟେଲ, ସରପଞ୍ଚ ସୁନିତା ମେହେର, ସିନାପାଲି ଅବକାରୀ ଅଧିକାରୀ ସଚଲା ପାଢ଼ୀ, ଅରିରଞ୍ଜନ ଯୋଶୀ, ଗୋଲମଣୀ ସା, ନାରାୟଣ ପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସିନାପାଲି ଥାନା ଏସ୍‌ଆଇ ହରେକୃଷ୍ଣ ଜାନି, ସହଦେବ ଯୋଶୀ, ବିନୋଦ ବିହାରୀ ସେଠି, ମନୋଜ କୁମାର ସାହୁ, ଏଏସ୍‌ଆଇ ପ୍ରଭାକର ନାଏକ, ରାମେଶ୍ୱର ବାଗ, ବିଘ୍ନରାଜମାଝୀ, କେଶବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

14 − thirteen =