pakka

ଯୁବ ନେତା ସ୍ୱର୍ଗତ ପରୀକ୍ଷିତ ଛତରଙ୍କ ବିୟୋଗରେ ବିଜେପି ବରଗଡ଼ ଜିଲ୍ଲା ତରଫରୁ ଶ୍ରଦ୍ଧାଞ୍ଜଳି ସଭା

bbehera

ବରଗଡ, (ନିରୋଜ କୁମାର ପାଣୀ) : ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱର୍ଗତ ପରୀକ୍ଷିତ ଛତରଙ୍କ ବିୟୋଗରେ ଆଜି ବିଜେପି ବରଗଡ ଜିଲ୍ଲା ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଳା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ଆତ୍ମାର ସତ୍‌ଗତି କାମନା କରି ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସଭାପତି ଏହି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ୱର୍ଗତ ପରୀକ୍ଷିତ ଛତରଙ୍କ ବିୟୋଗରେ ଦଳର ଅପୂରଣୀୟ କ୍ଷତି ହେବା ସହିତ ଦଳ ଜଣେ ନିଷ୍ଠାପର କାର୍ଯ୍ୟକର୍ତ୍ତାଙ୍କୁ ହରାଇଲା ବୋଲି ଅଭିହିତ କରିଥିଲେ । ବରଗଡ ସାଂସଦ ସୁରେଶ ପୁଜାରୀ ଏହି ଅବସରରେ ସ୍ୱର୍ଗତ ପରୀକ୍ଷିତ ଛତରଙ୍କ ସ୍ମୃତି ଚାରଣ କରି ସ୍ୱର୍ଗତ ପରୀକ୍ଷିତ ଛତରଙ୍କୁ ଦଳର ଜଣେ ଦାୟିତ୍ୱବାନ କାର୍ଯ୍ୟକର୍ତା ତଥା ଉଦୀୟମାନ ଯୁବନେତାଙ୍କୁ ହରାଇଲା ବୋଲି ପ୍ରକାଶ କରିଥିଲେ । ପରୀକ୍ଷିତ ଛତରଙ୍କ ଅସମୟରେ ବିୟୋଗ ଯୋଗୁଁ ବ୍ୟକ୍ତଗତ ଭାବେ ବହୁତ ଦୁଃଖିତ ବୋଲି ପ୍ରକାଶ କରିବା ସହିତ ବରଗଡ଼ ଜିଲ୍ଲା ଜଣେ ଯୁବ ସମାଜସେବୀଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଉପାଧ୍ୟକ୍ଷ ମଦନ ଦୀପ, ବରିଷ୍ଠ ବିଜେପି ନେତୃବୃନ୍ଦ ସୁରେଶ୍ୱର ଶତପଥୀ, ସୌରୀ ଚରଣ ବାରିକ, ଡ. ଅରୂପାନନ୍ଦ ସାହୁ, ରବି ନାରାୟଣ ଦାଶ, ଅଶୋକ ପଣ୍ଡା, ସୁଶାନ୍ତ ମିଶ୍ର, ପ୍ରୀତେଶ ବହିଦାର, କୁଶ କୁମ୍ଭାର, ସରୋଜ ପାଣିଗ୍ରାହୀ, ଅକୁର ମଲ୍ଲିକ, ଅବନୀକାନ୍ତ ପଣ୍ଡା, ଅମିତ କୁମାର ପଣ୍ଡା, ସବିତା ସାହୁ, ସୁନନ୍ଦା ମେହେର, ଈଶ୍ୱର ବାଗ, ଉରକୁଲୁ ତାଣ୍ଡି, ପ୍ରମୋଦ ଛତର, ବିପିନ ଭୋସାଗର, ଗୁଡ଼େଶ ଦାଶ, ଶାନ୍ତନୁ ସାହୁ, ସୁବ୍ରତ ହୋତା, ସୀମା ସିଂ, ମମତା ଅଗ୍ରୱାଲ, ଯୁଧିଷ୍ଠିର ମେହେର, ଅର୍ଚ୍ଚନା ବାଗ, ଘନଶ୍ୟାମ ସାହୁ, କୁଶ ସାହୁ, ବ୍ରଜ ନାଏକ, ସୁଜିତ ସରାଫ, ସୁନୀଲ ପଧାନ, ନିରୋଜ ବାରିକ, ଅର୍ଜୁନ ବାଗ ଗୀତାଞ୍ଜଳି ମେହେର, ମଣ୍ଟୁ ପାଣ୍ଡେ, ଲକ୍ଷ୍ମୀକାନ୍ତ ବରିହା ତଥା ଅନ୍ୟାନ୍ୟ ବହୁ ନେତା ସ୍ମୃତିଚାରଣ କରିଥିଲେ ।

jay balangir
Leave A Reply

Your email address will not be published.

eighteen − 3 =