pakka

ଟିକ୍ରାପଡାଠାରେ ୪୮ତମ ନାମଯଜ୍ଞ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସର୍ବ ପୁରାତନ ନାମଯଜ୍ଞ କମିଟି ଶ୍ରୀ କ୍ରିଷ୍ଣା ଚୈତନ୍ୟ କୀର୍ତ୍ତନ୍ୟ ମଣ୍ଡଳୀ ଓ ଟିକ୍ରାପଡା ଆନୁକୁଲ୍ୟରେ ଟିକ୍ରାପଡା ରାମଜୀ ମନ୍ଦିର ସମ୍ମୁଖରେ ୪୮ତମ ଅହୋରାତ୍ର ନାମଯଜ୍ଞ ଆୟୋଜିତ ହୋଇଯାଇଛି । କୋଭିଡ୍ ନିୟମାନୁସାରେ ସୀମିତ ଭକ୍ତ ତଥା କୀର୍ତ୍ତନ ଦଳଙ୍କ ସମାଗମରେ ଚଳିତ ବର୍ଷ ନାମଯଜ୍ଞ ଆୟୋଜନ କରାଯାଇଥିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଗତ ସନ୍ଧ୍ୟାରେ ଅଧିବାସ ତଥା କଳସ ପୂଜନ କରାଯାଇଥିବା ବେଳେ ଆଜି ସକାଳୁ ବିଧିବଦ୍ଧ ନାମଯଜ୍ଞ ଅନୁଷ୍ଠିତ କରାଯାଇଛି । ଚଳିତ ବର୍ଷ ରାମ ଷଡଙ୍ଗୀ ଏବଂ ସହଧର୍ମିଣୀ କର୍ତ୍ତା ରୂପେ ପୂଜା କାର୍ଯ୍ୟ ତୁଳାଉଛନ୍ତି । ତେବେ ପଡାବାସୀ ତଥା ଶ୍ରଦ୍ଧାଳୁଙ୍କ ସମସ୍ତ ସାହାଯ୍ୟ ସହେଯାଗ ପାଇଁ କମିଟି ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।

Leave A Reply

Your email address will not be published.

12 + 9 =