ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ନାଗରିକ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ପାଠାଗାରଠାରେ ଯୁବନେତା ବିଧୂ ଭୂଷଣ ତ୍ରିପାଠୀଙ୍କ ଆହୂତ ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ନାଗରିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ସହରର ବିଭିନ୍ନ ଅନୁଷ୍ଠାନ ତଥା ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ପୂର୍ବତନ ସାଂସଦ ସ୍ୱର୍ଗତ ମିଶ୍ରଙ୍କ ଅମରଅତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସମୟରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ବକ୍ତାମାନେ ପ୍ରକାଶ କରିଥିଲେ । ବଡମାଳରେ ଗୋଳାବାରୁଦ କାରଖାନା, ପାଓମେକ୍ସ, ଟିଟିଲାଗଡ ରାସ୍ତା ଏବଂ ସମ୍ବଲପୁର ରାସ୍ତାରେ ଗଠିଉଠିଥିବା ଶିଳ୍ପାଞ୍ଚଳ, ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରତିଷ୍ଠା କରାଯାଇଥିବା ବିଦ୍ୟାଳୟ, ପ୍ରାୟ ସମସ୍ତ ବ୍ଲକରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ, ଜଳସେଚନ ତଥା ଗମନା ଗମନ ପାଇଁ ସ୍ୱର୍ଗତ ମିଶ୍ର କରିଥିବା ସମସ୍ତ କାର୍ଯ୍ୟ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । ଏଥିସହ ସେ ଜଣେ ଉଚ୍ଚ ଶିକ୍ଷିତ, ନିର୍ବିବାଦୀୟ ଦୁର୍ନୀତିମୁକ୍ତ ବ୍ୟକ୍ତି ଭାବରେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଏହି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା । ଭଗବାନ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ନାଗରିକ କମିଟି ସଭାପତି ବିକ୍ରମାନନ୍ଦ ବହିଦାର, କୋଶଲବାଦୀ ନେତା ପ୍ରମୋଦ ମିଶ୍ର, ଏକ୍ସନ କମିଟି ସଭାପତି ଗୋପାଳଜୀ ପାଣିଗ୍ରାହୀ, ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରଭାକର ମିଶ୍ର, ବିଜେପି ନେତା ପ୍ରଭାସ ପାଣିଗ୍ରାହୀ, ବରିଷ୍ଠ ନେତା ଲକ୍ଷ୍ମଣ କୁମାର ମେହେର, ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ରଥ, ବରିଷ୍ଠ ସଂଗଠକ ଅରୁଣ ମିଶ୍ର, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ଗଣ୍ଡାବଜା ସଂପାଦକ ତ୍ରିଲୋଚନ ନନ୍ଦ, ବିନୋଦ କାଲସାଏ, ବିଙ୍ଗ ହ୍ୟୁମେନ ସଭାପତି ସୋମନାଥ ମିଶ୍ର, ବିଜେଡି ନେତା ମହେନ୍ଦ୍ର ବାଗ, ଗାନ୍ଧୀ ପାଠାଗାରର ସଭାପତି ପ୍ରକାଶ ନେପାକ, ସଂପାଦକ ପ୍ରଦୀପ ସାହୁ, ଉପସଭାପତି ରାଜେନ୍ଦ୍ର ପାଣି, କଂଗ୍ରେସ ନେତା ବୁଲୁ ଦାନି, ଅବଦୁଲ ରଜାକ୍‌ ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 − four =