pakka

ମାନବିକତା ଦେଖାଇ ମାଙ୍କଡ଼ର ଜୀବନ ବଞ୍ଚାଇଲେ ଭେକ୍ସିନେଟର କାହ୍ନୁ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମରେ ମାଙ୍କଡ଼ର ଜୀବନ ବଞ୍ଚିଯାଇ ଥିବା ବେଳେ ତାର ଛୁଆର ମୃତ୍ୟୁ ହୋଇଥିଲା ହେଲେ ମାନବିକତା ଦେଖାଇ ମାଙ୍କଡ଼ର ଜୀବନ ବଞ୍ଚାଇଲେ ଭେକ୍ସିନେଟର କାହ୍ନୁ ଚରଣ ମିଶ୍ର । ତେବେ ଏଭଳି ମାନବିକତା ଦେଖାଇ ମାଙ୍କଡ଼ର ଜୀବନ ବଞ୍ଚାଇ ଥିବା ବେଳେ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟୁଛି । ସୂଚନା ମତେ ଡ଼ଙ୍ଗରମୁଣ୍ଡା ଗ୍ରାମର ଏକ ଗଛ ଉପରେ ମାଙ୍କଡ଼ଟି ପ୍ରସବ କରିବା ପାଇଁ ଯନ୍ତ୍ରଣା ହେଉଥିବା ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଁ ଥିଲେ । କିନ୍ତୁ ଦୀର୍ଘ ସମୟ ଧରି ପ୍ରସବ କରି ପାରିନ ଥିଲା ମାଙ୍କଡ଼ । ପରେ ପଶୁ ସଂପଦ ବିଭାଗରେ ଭେକ୍ସିନେଟର ଭାବରେ କାର୍ୟ୍ୟ ତୁଲାଉଥିବା କାହ୍ନୁ ଚରଣ ମିଶ୍ରଙ୍କୁ ଖବର ଦେବା ପରେ ସଙ୍ଗେ ସଙ୍ଗେ ପହଞ୍ଚି ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ମାଙ୍କଡ଼କୁ ଉଦ୍ଧାର କରି ପ୍ରସବ କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ଘଣ୍ଟା ପରିଶ୍ରମ ପରେ ମାଙ୍କଡ଼ର ପ୍ରସବ କାର୍ଯ୍ୟରେ ସଫଳତା ହାସଲ ହୋଇଥିଲା ହେଲେ ପେଟ ଭିତରେ ମାଙ୍କଡ଼ର ଛୁଆ ମୃତ୍ୟୁ ବରଣ କରିଥିଲା । କିନ୍ତୁ ମାଙ୍କଡ଼ର ଗୋଟିଏ ଛୁଆଟିର ୨ଟି ମୁଁଣ୍ଡ, ୨ଟି ଲାଞ୍ଜ, ୫ ଟି ଗୋଡ଼ ହୋଇଥିବା ବେଳେ ଅଞ୍ଚଳରେ ଲୋକଙ୍କ ଦେଖିବା ପାଇଁ ଭିଡ଼ ମଧ୍ୟ ଲାଗି ରହିଥିଲା । କିନ୍ତୁ ଦୁଃଖର ବିଷୟ ଯେ, ଖବର ପାଇବା ପରେ ମଧ୍ୟ ମାନବିକତା ଭୁଲିଯାଇ ମାଙ୍କଡ଼ଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ, ବନ ବିଭାଗ ମଧ୍ୟ ଆସିନ ଥିଲେ ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

jay balangir
Leave A Reply

Your email address will not be published.

four − 3 =

error: Content is protected !!