pakka

ସ୍ନେହଲତା ପାତ୍ରଙ୍କ ଦେହାନ୍ତ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅମ୍ବାଭନା ବ୍ଳକ ଦୁର୍ଗମ ରାମଖୋଲ ଗ୍ରାମରେ ଉଜୁଜା ଜଙ୍ଗଳକୁ ସଜାଡ଼ିବାରେ ପ୍ରମୁଖ ଭୂମିକା ନେଇଥିବା ପ୍ରକୃତିବନ୍ଧୁ ଭୈରବ ପାତ୍ରଙ୍କ ଧର୍ମପତ୍ନୀ ସ୍ନେହଲତା ପାତ୍ରଙ୍କ ଦେହାନ୍ତ ଆଜି ପୂର୍ବାହ୍ନ ୧୦ଟାରେ ତାଙ୍କ ରାମଖୋଲସ୍ଥିତ ବାସଭବନରେ ହୋଇଛି । ସେ ଦୀର୍ଘ ସମୟ ଧରି କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ସମୟକୁ ସ୍ନେହଲତା ପାତ୍ରଙ୍କୁ ୬୧ ବର୍ଷ ହେଉଥିଲା । କୁଲୁତା ଜାତି ପ୍ରଥା ଅନୁସାରେ ଗ୍ରାମ୍ୟ ଶ୍ମସାନରେ ତାଙ୍କ ଅନ୍ତେଷ୍ଟି କରାଯାଇଥିଲା । ସେଠାରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଧନଞ୍ଜୟ ପାତ୍ର ମୁଖାଗ୍ନୀ ଦେଇଥିଲେ । ସେ ତାଙ୍କ ପଝରେ ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାରପ୍ରାପ୍ତ ସ୍ୱାମୀ ଭୈରବ ପାତ୍ରଙ୍କ ସମେତ ଦୁଇ ପୁଅ ଧନଞ୍ଜୟ ଓ ଭୋଗରାଜ ଏବଂ ଦୁଇ ଝିଅ ଗନ୍ଧର୍ବୀ ଓ ସୁମତିଙ୍କୁ ଛାଡ଼ି ଚାଲିଯାଇଛନ୍ତି । ତାଙ୍କ ମୃତ୍ୟୁରେ ବରଗଡ଼ର ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଞ୍ଜ ଡ଼ାକ୍ତର ରାମକୃଷ୍ଣ ପୁରୋହିତ, ଅଗ୍ରଗାମୀ ବାୟୋଡ଼ାଇଭରସିଟି ସେଲର ସଦସ୍ୟ ପାରେଶ୍ୱର ସାହୁ, ଜେଠୁ ଭୋଇ, ସୁରେନ୍ଦ୍ର ହୋତା, ତ୍ରିନାଥ ପ୍ରସାଦ ତ୍ରିପାଠୀ ପ୍ରମୁଖ ଗଭୀର ଶୋକ ପ୍ରକଟ କରିଛନ୍ତି ।

jay balangir
Leave A Reply

Your email address will not be published.

15 + 9 =

error: Content is protected !!