pakka

ହାଇ ଲେଭେଲ୍‌ ଟିମ୍‌ ଆଗମନ ପୂର୍ବରୁ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ : ରିଭିଜନ୍‌ କରାଇଲେ, ଜିଲ୍ଲାର ବିକାଶ ପାଇଁ ଟାସ୍କ୍‌ ଦେଲେ

bbehera
  • ଜିଲ୍ଲାରେ ବିକାଶ ପଥରେ କରୋନା ଏକ ବାହାନା ନ ହେଉ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଧବାର ଦିନ ସକାଳୁ ରାଜ୍ୟ ସରକାରଙ୍କ ଏକ ହାଇ ଲେଭେଲ୍‌ ଟିମ୍‌ ବଲାଙ୍ଗିର ଗସ୍ତରେ ଆସିବା ନେଇ ସୂଚନା ରହିଛି । ସେମାନଙ୍କ ଆଗମନ ପୂର୍ବରୁ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଧାପନ୍ତରିଆ ଉନ୍ନୟନମୂଳକ କାମ ଗୁଡିକୁ ସରକାରୀ କଳକୁ ମନେ ପକାଇ ଦେବା ପୂର୍ବକ ରିଭିଜନ କରାଇବା ସହ ଜିଲ୍ଲାର ପ୍ରକୃତ ବିକାଶ ପାଇଁ ସରକାରୀ ବଡ ବାବୁମାନଙ୍କୁ ବିଭିନ୍ନ ଟାସ୍କ୍‌ ପ୍ରଦାନ କରିଛନ୍ତି ।

ସେ କହିଛନ୍ତି ଯେ, ବିଗତ ଦେଢ଼ ବର୍ଷ ହେବ ଜିଲ୍ଲାର ବିକାଶମୂଳକ ପ୍ରକଳ୍ପରେ ମନ୍ଥରତା ଦେଖାଦେଇଛି । ଅଂଚଳବାସୀଙ୍କ ନ୍ୟାୟୋଚିତ ଦାବୀ ଗୁଡିକୁ ସରକାର କରୋନା ମହାମାରୀ ଆଳରେ ବଳି ଦେଉଛନ୍ତି । କିନ୍ତୁ ସମାନ ସମୟରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ପୁରୀ, ଭୁବନେଶ୍ୱର, ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ରାଜ୍ୟ ସରକାର ବହୁକୋଟି ଟଙ୍କା ଅନୁଦାନ ଦେଉଛନ୍ତି । ସରକାରଙ୍କ ଏତାଦୃଶ କାର୍ୟ୍ୟକଳାପ ବଲାଙ୍ଗିର ତଥା ପଶ୍ଚିମାଞ୍ଚଳର ଜଳସେଚନ, ଶିକ୍ଷା, ଭିତ୍ତିଭୂମି ନିର୍ମାଣ ଓ ପର୍ୟ୍ୟଟନ ବିକାଶକୁ ସିଧା ସିଧା ଅଣଦେଖା କରାଯାଉଥିବା ସ୍ପଷ୍ଟ ହେଉଛି ବୋଲିି ବିଧାୟକ ନରସିଂହ ମିଶ୍ର କ୍ଷୋଭର ସହ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବିକାଶମୂଳକ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ସଚିବସ୍ତରୀୟ ପ୍ରତିନିଧି ଦଳ ଆସୁଥିବା ଶୁଣିବାକୁ ମିଲୁଛି । କରୋନା ପାଇଁ ମନ୍ଥରତା ଆସିଥିବା ତଥା ଅନୁଦାନ ପାଇ ବିଳମ୍ବ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ ଏହି ପ୍ରତିନିଧି ଦଳର ନିଶ୍ଚିତ ଧ୍ୟାନ କେନ୍ଦ୍ରିତ ହେବା ଆବଶ୍ୟକ । ସେହିପରି ଲୋୟର ସୁକତେଲ୍‌, ଗନ୍ଧରେଲର ସୈନ୍ଦର୍ୟ୍ୟକରଣ ଲକ୍ଷ୍ମୀ ଯୋର ପ୍ରକଳ୍ପକୁ ସରକାର ଶୀଘ୍ର ସଂପୁର୍ଣ୍ଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ମିଶ୍ର ଆଶା ପ୍ରକାଶ କରିଛନ୍ତି । ଆହୁରି ଏ ଅଂଚଳର ପ୍ରସିଦ୍ଧ ପର୍ୟ୍ୟଟନ କ୍ଷେତ୍ର ଭୀମ ପାହାଡ, ରାଣୀପୁର ଝରିଆଲ, ହରିଶଙ୍କର, ନୃସିଂହନାଥର ବିକାଶ ଆଦି ପୂର୍ବ ଓଡିଶାର ମନ୍ଦିର ମଠ ବିକାଶ ସହ ସମତୁଳ ଭାବେ ବିକାଶ କରିବା ପାଇଁ ସେ ଦାବୀ କରିଛନ୍ତି । ସେହିପରି ପିଆର୍‌ ହାଇସ୍କୁଲ ପଡିଆ ସ୍ଥିତ ଇନ୍‌ଡୋର୍‌ ଷ୍ଟାଡିଅମ୍‌ ଓ ମହାରାଣୀ ସାଗର ସୌନ୍ଦର୍ୟ୍ୟକରଣ କାମ ଆରମ୍ଭ କରିବା ଦିଗରେ ଜିଲ୍ଲା ପ୍ରଶାସନ ଯତ୍ନବାନ ହେଉ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ପଶ୍ଚିମ ଓଡିଶାର ୯ଟି ଜିଲ୍ଲାକୁ ଆବାସ ଯୋଜନାରେ ଅଣଦେଖା କରିବା ଅଞ୍ଚଳ ପ୍ରତି ବୈମାତୃକ ମନୋଭାବର ଉଦାହରଣ ବୋଲି କହିଥିଲେ । ଏହି ଅବସରରେ ଶ୍ରୀ ମିଶ୍ର ବେଦାନ୍ତ କମ୍ପାନୀ ଭାଇରାଲ ଭିଡିଓ ଓ ପେଗାସସ୍‌ ଗୁଇନ୍ଦାଗିରି ଘଟଣା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦୃଢ ଦାବୀ ଉପସ୍ଥାପନ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନିରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଜିଲ୍ଲା କଂଗ୍ରେସର ଉପ-ସଭାପତି ମନୀଷ ମିଶ୍ର ମଞ୍ଚାସୀନ ଥିଲେ ।

jay balangir
Leave A Reply

Your email address will not be published.

eleven + 6 =

error: Content is protected !!