pakka

ବଲାଙ୍ଗିର ସିଭିଲକୋର୍ଟ ପ୍ରୋସେସ୍‌ ସର୍ଭର୍‌ ଗୋକୁଳାନନ୍ଦ ପାଣିଗ୍ରାହୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସିଭିଲକୋର୍ଟ ପରିସରରେ ବଲାଙ୍ଗିର ସିଭିଲକୋର୍ଟର ପ୍ରୋସେସ୍‌ ସର୍ଭର ଗୋକୁଳାନନ୍ଦ ପାଣିଗ୍ରାହୀଙ୍କ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିବାରୁ ବଲାଙ୍ଗିର ବିଚାର ବିଭାଗୀୟ କର୍ମଚାରୀ ସଂଘ ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ବଲାଙ୍ଗିର ଜିଲ୍ଲା ଦୌରାଜଜ୍‌ ଲୋକନାଥ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପାଣିଗ୍ରାହୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ସମସ୍ତ କର୍ମଚାରୀ ଶାଳିନତା ବ୍ୟବହାର ସହ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ ସଭାରେ ବଲାଙ୍ଗିର ସିଭିଲକୋର୍ଟ ରେଜିଷ୍ଟ୍ରାର ଅମିତ କୁମାର ବାରିକ, ସିଭିଲକୋର୍ଟ ହେଡକ୍ଲର୍କ ପଞ୍ଚାନନ ପଟ୍ଟନାୟକ, ସଭାପତି ପ୍ରକାଶ କୁମାର ନେପାକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ସିଭିଲକୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ତଥା ସମସ୍ତ କର୍ମଚାରୀ ଏବଂ କୋର୍ଟ ମ୍ୟାନେଜର ପ୍ରୀତିରାଣୀ ନାଗ ଏହି ସଭାରେ ଉପସ୍ଥିତ ଥିଲେ । ବରିଷ୍ଠ କର୍ମଚାରୀ ଦୁତିଆ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

3 × 5 =

error: Content is protected !!