pakka

ସଂସ୍କୃତ ଭାରତୀ ବଲାଙ୍ଗିର ଦ୍ୱାରା ସଂସ୍କୃତ ବ୍ୟାକରଣ ବର୍ଗର ସମାରୋହ ଆୟୋଜିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କୃତର ପ୍ରଚାର ପ୍ରସାର କରି ନିତ୍ୟ ଜୀବନରେ ବ୍ୟବହାର ପାଇଁ ସଂସ୍କୃତ ଭାରତୀ, ବଲାଙ୍ଗିର ଦ୍ୱାରା ବ୍ୟାକରଣ ବର୍ଗର ଉଦ୍‌ଯାପନ ଅନ୍‌ଲାଇନ ଗୁଗୁଲ ମିଟ୍‌ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓକିଲ ମହେନ୍ଦ୍ର କୁମାର ଅଗ୍ରୱାଲ ଏବଂ ମୁଖ୍ୟବକ୍ତା ଭାବେ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ଶିକ୍ଷାଶାସ୍ତ୍ର ବିଭାଗ ଅଧ୍ୟକ୍ଷା ଡ. ନିବେଦିତା କର ଆଧୁନିକ ଯୁଗରେ ସଂସ୍କୃତର ପୁନର୍ଜ୍ଜୀବନ, ଭାରତୀୟ ସଂସ୍କୃତିର ପୁର୍ନଉତ୍‌ଥାନ, ଭାରତର ପୁନଃ ନିର୍ମାଣ ଏବଂ ବ୍ୟାକରଣର ମହତ୍ୱ ବିଷୟରେ ଆଲୋଚନା କରିଥିଲେ । ମହିଳା ମହାବିଦ୍ୟାଳୟର ଅଧ୍ୟାପକ ତଥା ପ୍ରାନ୍ତ ସମ୍ପାଦକ ଅଜିତ କୁମାର ପଣ୍ଡା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ, ଓଏଭି ଝରଣୀର ସଂସ୍କୃତ ଶିକ୍ଷକ ତଥା ବଲାଙ୍ଗିର ଜିଲ୍ଲାର ସଂଯୋଜକ ଶେଷଦେବ ମିଶ୍ର ବର୍ଗ ବିବରଣ, ଅଧ୍ୟକ୍ଷ ଭାଷଣ ଜିଲ୍ଲା ଉପସଭାପତି ତଥା ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଡ. ସତ୍ୟବ୍ରତ ମିଶ୍ର ଏବଂ ଡିଏଭି ମହାବିଦ୍ୟାଳୟ ଟିଟିଲାଗଡର ଅଧ୍ୟାପିକା ଡିଲେଶ୍ୱରୀ ମେହେର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ବିଶେଷ ସହଯୋଗ କରିଥିଲେ । ସ୍ମୃତିସ୍ୱରୂପା ମହାକୁର ଧୈୟମନ୍ତ୍ର, ମହେଶ୍ୱତା ଜେନା ସ୍ୱାଗତ ଗୀତ, ଚୈତନ୍ୟ ପାଣ୍ଡେ, ସୁନୀତା ପ୍ରଧାନ, ରୋଜାଲିନ ପଧାନ ଏବଂ ପୂର୍ଣ୍ଣାନନ୍ଦ ଭଟ୍ଟ ବର୍ଗର ଅନୁଭୂତି କହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସୈମିତ୍ର ଭଟ୍ଟାଚାର୍ଯ୍ୟ ଓ ଜୟଶ୍ରୀ ବେହେରା ସଂସ୍କୃତ ଗୀତ ଗାୟନ, ମଧୁମିତା ପଟ୍ଟାୟତ, ପ୍ରଦୀପ କର୍ମାକର ଏବଂ ମଧୁସୁଦନ ଦ୍ୱିବେଦୀ ହାସ୍ୟ ବ୍ୟଙ୍ଗ କଥନ, ଲିସା ପଧାନ, ଭୋଲେଶ୍ୱର ଏବଂ ସ୍ପନ୍ଦନା ସୁଭାଷିତ ଶ୍ଲୋକ ଉଚ୍ଚାରଣ, ଆଶୁତୋଷ ମିଶ୍ର ଏବଂ ସିମରନ୍‌ ରାୟ ସ୍ତୋତ୍ରପାଠ କରିଥିଲେ । ସଭା ସଂଚାଳନ ସ୍ମିତାଞ୍ଜଳି ଦାଶ କରିଥିବା ବେଳେ ଶାନ୍ତି ମନ୍ତ୍ରପାଠ ଶୁଭଶ୍ରୀ ସାହୁ କରିଥିଲେ । ଶତାଧିକ ସଂସ୍କୃତାନୁରାଗୀମାନେ ଏହି ବର୍ଗରେ ଭାଗ ନେଇ ଲାଭାନ୍ୱିତ ହୋଇଥିଲେ । ତିନି ସପ୍ତାହ ପର୍ଯ୍ୟନ୍ତ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟର ଧର୍ମରାଜ ବାଗ ଏବଂ ରାଜେନ୍ଦ୍ର ପଣ୍ଡା, ଆଦର୍ଶ ବିଦ୍ୟାଳୟର ଡ. ପ୍ରତାପ ଭୋଇ ଏବଂ ଜିତେନ୍ଦ୍ରୀୟ ବଢେଇ, ଦରଭଙ୍ଗା ସଂସ୍କୃତ ବିଦ୍ୟା ପ୍ରତିଷ୍ଠାନର ଡ. ପ୍ରିୟବ୍ରତ ମିଶ୍ର, ଓଡିଶା ରାଜ୍ୟ ସରକାରଙ୍କ ପୁରସ୍କାରପ୍ରାପ୍ତ ଗୋପାଳକୃଷ୍ଣ ପାଢୀ, ରାଜ୍ୟ ସଂସ୍କୃତ ପ୍ରଶିକ୍ଷକ ଡ. କାଳୀ ପ୍ରଶନ୍ନ ଶତପଥୀ, ସଂସ୍କୃତ ଭାରତୀର ପ୍ରାନ୍ତ ଶିକ୍ଷଣ ପ୍ରମୁଖ ଡ. ମାନସ ରଞ୍ଜନ ସାହୁ, ବିଦ୍ୱତ ପରିଷଦ ପ୍ରାନ୍ତ ସଂଯୋଜକ ନୃସିଂହଚରଣ ପଣ୍ଡା, ପ୍ରାନ୍ତ ଅଧ୍ୟକ୍ଷ ଆୟୁଷ୍ମନ୍ତ ଷଡଙ୍ଗୀ ଆଦି ବିଶିଷ୍ଟ ସଂସ୍କୃତ ବିଦ୍ୱାନମାନେ ମଧ୍ୟ ଏଥିରେ ବ୍ୟାକରଣ ଜ୍ଞାନ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

17 + six =

error: Content is protected !!