pakka

ଅର୍ପିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସାଂସ୍କୃତିକ ଅନୁଷ୍ଠାନ ନଟରାଜ ନୃତ୍ୟ ପରିଷଦ ଓ ବରସୁଆଁର ସାଂସ୍କୃତିକ ଅନୁଷ୍ଠାନ ପ୍ରଗତିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅର୍ପିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଟରାଜ ନୃତ୍ୟ ପରିଷଦର ମୁଖ୍ୟ ପ୍ରବୀର ଜେନାଙ୍କ ସଭପତିତ୍ୱ ଓ ପ୍ରଗତିର ସାଧାରଣ ସଂପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍‌ତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ମହାପ୍ରବନ୍ଧକ ବିଜୟ କୁମାର ରାଉତ, ସମାଜସେବୀ ବିମଳ ବିଶି, ଡଃ ସମର ମୁଦାଲି, ସଂଗୀତଜ୍ଞ ଶରତଚନ୍ଦ୍ର ଧଳ, ଡାକ୍ତର ରାମଚନ୍ଦ୍ର ମେହେର, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ପ୍ରଶଂସା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ସଂଗୀତ ହେଉଛି ହୃଦୟର ଉଛ୍ବାସ । ଏହା ଜୀବନକୁ ପ୍ରାଣବନ୍ତ ଓ ରୋମାଞ୍ଚିତ କରେ । ଏହି ଅବସରରେ ତବଲା ବାଦକ ଗୁରୁ ପଦ୍ମନାଭ ନାୟକଙ୍କୁ ନଟରାଜ ବାଦ୍ୟ ବିଭୁଷଣ ଓ ସଂଗୀତ ଗୁରୁ ଡାକ୍ତର ସୁଶାନ୍ତ କୁମାର ପାଣିଙ୍କୁ ନଟରାଜ ସଂଗୀତ ସୁଧାକର ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୋନାଲିସା ସାହୁ ଓ ଜୟନ୍ତୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ସ୍ନେହଲତା ଗୃପର କଳାକାରମାନେ ସୁମଧୁର ସଂଗୀତ ପରିବେଷଣ କରିଥିଲେ । ଦିବଙ୍ଗତ କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ, କିଶୋର କୁମାର, ମୁକେଶ, ଲତା ମଙ୍ଗେସକର, ଆର ଡି ବର୍ମନ ପ୍ରମୁଖଙ୍କ ସଂଗୀତକୁ ସ୍ନେହଲତା ପାତ୍ର, ବିଶ୍ୱଜିତା ମହାପାତ୍ର, ମହମ୍ମଦ କଲିମ, ଅଜିତ ପୂଝାରୀ, ବନୋଜ କୁମାର, ମହମ୍ମଦ ଗ୍ୟାସୁଦ୍ଦିନ, କେ ରୀନା, ଅବିନାଶ ପାତ୍ର ପ୍ରମୁଖ ଗାନ କରିଥିଲେ । ପ୍ରାରମ୍ଭରେ ନଟରାଜ ନୃତ୍ୟ ପରିଷଦର ଶିଳ୍ପୀମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଚନ୍ଦ୍ରଶେଖର ଶତପଥୀ, ମନୋରଞ୍ଜନ ଦାଶ, ଅଭିରାମ ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ରାନୁ ମହାପାତ୍ର, ଇନ୍ଦ୍ରାବଳୀ ମିସ୍ତ୍ରୀ, ବିନୟ ସିଂହ, ସୁବାସ ଗୁପ୍ତା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven − 1 =