pakka

ଧାମରା ସଂଘର ବର୍ଷା ସାହିତ୍ୟ ଆସର ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଧାମରା ସଂଘ ଆନୁକୂଲ୍ୟରେ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର ମହାନ୍ତିଙ୍କ ସଭପତିତ୍ୱ ଓ ସଂପାଦକ ଭଗବାନ ରାଉତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଓଡିଆ ପ୍ରାଧ୍ୟାପକ ଡଃ ଅଶ୍ୱିନୀ କୁମାର ରାୟ ମୁଖ୍ୟବକ୍ତା ଓ ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡା ସମ୍ମାନିତ ବକ୍ତା ଭାବେ ଯୋଗଦେଇ ବର୍ଷା କବିତା ଉପରେ ଆଲୋଚନା କରିଥିଲେ । ଡଃ ରାୟ ବର୍ଷା ଉପରେ ପୂରାତନ କବିଙ୍କ ବିଭିନ୍ନ କବିତା ଓ ଡଃ ପଣ୍ଡା ଋକବେଦରେ ବର୍ଷାର ବର୍ଣ୍ଣନା ସଂପର୍କରେ ଆଲୋଚନା କରିଥିଲେ । ଶିକ୍ଷୟିତ୍ରୀ ନିରୁପମା ପତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ସହରର ବହୁ କବି ବର୍ଷା ସଂପର୍କୀତ କବିତା ପାଠ କରିଥିବା ବେଳେ ଶମ୍ବୁନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ସୁରୁଖୁରରେ ସମାପ୍ତ ହୋଇଥିବାରୁ ସାଂସ୍କୃତିକ ସଂପାଦକ ଶ୍ରୀ ନାୟକ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

2 + 19 =