pakka

ପାଇକମାଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନମେଳା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ଗୁରୁଜୀ ବ୍ୟାସଦେବ ବଢେଇ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଗୁରୁଜୀ ଶୁସିଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନୁଷ୍ଠିତ ଜ୍ଞାନ ଓ ବିଜ୍ଞାନ ମେଳାରେ ଶିଶୁ ବିଭାଗରୁ ୩୧ ଜଣ ପ୍ରଥମରୁ ତୃତୀୟ ଶ୍ରେଣୀରୁ ୨୮ ଜଣ ଭାଇଭଉଣୀ ବିଜ୍ଞାନ ପ୍ରକଳ୍ପରେ ଭାଗ ନେଇଥିଲେ । ଏଥିରେ ମିନକେତନ ସାହୁ ମୁଖ୍ୟ ଅତିଥି, ଶିଶୁ ମନ୍ଦିର ସଭାପତି ରାମକୁମାର ଗୁପ୍ତା, ଶ୍ରୀମତୀ ସୁପ୍ରଭା ସାହୁ ପ୍ରମୁଖ ଯୋଗଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଗୁରୁଜୀ ସାନନ୍ଦ ବାରିକ ଅତିଥି ପରିଚୟ ପ୍ରଧାନ କରିଥିବା ବେଳେ ମୁଖ୍ୟ ବିଚାରପତି ଭାବେ ମିନକେତନ ସାହୁ, ଶିଶୁ ମନ୍ଦିର ବିଜ୍ଞାନ ଶିକ୍ଷକ ବିଜୟ ବାରିକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ବିଜ୍ଞାନ ମେଳାରେ ଶିଶୁ ବର୍ଗରୁ ୧୫ ଜଣ ବାଳ ବର୍ଗରୁ ୨୧ ଜଣ ଭାଇ ଭଉଣୀ ବିଜ୍ଞାନ ପ୍ରକଳ୍ପରେ ଭାଗ ନେଇଥିଲେ । ସମସ୍ତ ଗୁରୁଜୀ ଗୁରୁମା’ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଶେଷରେ ଗୁରୁଜୀ ବନମାଳୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × one =