pakka

ଲଘୁଚାପ ଜନିତ ବର୍ଷା : ଭାସିଗଲା କାଲିପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲ : ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ବେଳେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ଲଘୁଚାପ ରୂପ ନେବା ଫଳରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଶନିବାରଠାରୁ ଲଗାଣ ବର୍ଷା ଲାଗିରହିଛି । ଯାହା ଫଳରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବିରିନ୍ଦାପଡ଼ାର ଗ୍ରାମବାସୀଙ୍କ ଲାଇଫ୍‌ଲାଇନ କୁହାଯାଉଥିବା କାଲିପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲଟି ଭାସି ଯିବା ସହ ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଏହି କାଠ ପୋଲକୁ ୱାର୍ଡ଼ ଏବଂ ଗୁଞ୍ଜର ମିଳିତ ଆନୁକୂଲ୍ୟରେ ଗ୍ରାମବାସୀଙ୍କ ସହଯୋଗରେ ତିଆରି ହୋଇଥିଲା । ଏହି କାଠ ପୋଲ ଦେଇ ବିରିନ୍ଦାପଡ଼ା ସମେତ ବାନ୍ଦାବାଜୁ, ଜ୍ରାବାକେତା ଓ କାଣ୍ଡିକୁଟି ଆଦି ଗାଁର ଲୋକେ ଯିବା ଆସିବା କରନ୍ତି । କିନ୍ତୁ ଏବେ କାଠ ପୋଲ ଧୋଇ ହୋଇଯିବା ପରେ ସ୍ଥାନୀୟ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବିରିନ୍ଦାପଡ଼ାରୁ ବହାରିବା ପାଇଁ ଅନ୍ୟ ଏକ ରାସ୍ତା ରହିଛି, ହେଲେ ଲୋକମାନେ ଏହି କାଠ ପୋଲ ଉପରେ ଅଧିକ ନିର୍ଭର କରି ଯାତାୟାତ କରୁଥିଲେ । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ପକ୍କା ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

two × 5 =