pakka

ପ୍ରଫେସର ହୃଦମଣି ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

bbehera

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକ ତଥା ସମ୍ବଲପୁରୀ ଭାଷା ସାହିତ୍ୟର ସାଧକ ସ୍ୱର୍ଗତ ପ୍ରଫେସର ହୃଦମଣି ପ୍ରଧାନଙ୍କ ଜନ୍ମ ଜୟନ୍ତୀ ଅବସରରେ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପାଠାଗାରର ଉପ- ସଭାପତି ଅଧ୍ୟାପକ ପ୍ରଦୀପ କୁମାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ବକ୍ତା ଭାବରେ ଯୋଗଦେଇ ସାହିତ୍ୟିକ ଡ. ଅଶୋକ ମହାପାତ୍ର, ପ୍ରାକ୍ତନ ଅଧ୍ୟାପକ ରବୀନ୍ଦ୍ର ଗଡତିଆ ଓ ଅଧ୍ୟାପକ ସନ୍ତୋଷ ପଣ୍ଡା ସ୍ୱର୍ଗତ ପ୍ରଧାନଙ୍କ କାଳଜୟୀ ସାହିତ୍ୟ କୃତି ଉପରେ ଆଲୋଚନା କରି ସ୍ୱର୍ଗତ ପ୍ରଧାନ ତାଙ୍କର ମହାନ୍ ସାହିତ୍ୟ କୃତି ଯୋଗୁଁ ଚିର ସ୍ମରଣୀୟ ହୋଇ ରହିବେ ବୋଲି ବର୍ଣ୍ଣନା କରିଥିଲେ । ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କ ସାହିତ୍ୟ କୃତିକୁ ପୁସ୍ତକ ଭାବରେ ପ୍ରକାଶ କରିବାକୁ ଚେଷ୍ଟା ଆରମ୍ଭ ହୋଇଥିବାର ସୂଚନା ଦିଆଯାଇଥିଲା । ସଭା ଶେଷରେ ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

10 − five =