pakka

ଜଳିଗଲା କପଡା ଦୋକାନ, ଲକ୍ଷାଧିକ ଟଙ୍କାର କ୍ଷତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାମଜୀପଡାରେ ଥିବା ସରଗମ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ରବିବାର ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଦୋକାନ ବାହାରେ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସେମାନେ ପ୍ରଥମେ ଅଗ୍ନିଶମ ବିଭାଗକୁ ଫୋନ୍‌ କରି ଖବର ଦେଇଥିଲେ । ଦୋକାନ ମାଲିକ ଗୌତମ ମେହେର ପରେ ଖବର ପାଇ ଦୋକାନକୁ ଆସିଥିଲେ । ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନି । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର କପଡା ନଷ୍ଟ ହେବା ସହିତ ଏସି, ଟେବୁଲ ସବୁ ପୋଡି ଯାଇଛି । ନିଆଁକୁ ଆୟତ୍ତ କରିବା ଦ୍ୱାରା ଆଉ କୌଣସି ଦୋକାନକୁ ଲାଗି ପାରିନଥିଲା । ବିଦ୍ୟୁତ୍‌ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର କପଡା ପୋଡି ଯାଇଥିବା ମାଲିକ କହିଛନ୍ତି ।

jay balangir
Leave A Reply

Your email address will not be published.

six − six =