pakka

ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ମହାତ୍ମାଗାନ୍ଧୀଙ୍କ ୭୪ତମ ତିରୋଧାନ ଦିବସ ସିଭିକ ସେଣ୍ଟରଠାରେ ପାଳିତ ହୋଇଯାଇଛି । ମଂଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ସ୍କାଉଟ୍ ଆଣ୍ଡ ଗାଇଡ୍ ତଥା ଭାରତୀୟ ଯୁବ ହଷ୍ଟେଲର ସଭାପତି ନାରାୟଣ ପତି ମୁଖ୍ୟଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ ହମିରପୁର ଉନ୍ନୟନ ପରିଷଦର ସଭାପତି ଡଃ ସୁମନ ଦତ୍ତ, ଶ୍ରଦ୍ଧାର ସଭାପତି ତଥା ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ଶିକ୍ଷାବିତ୍ କାଶୀନାଥ ନନ୍ଦୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କର୍ମଚାରୀ ସଂଘର ପ୍ରଫୁଲ୍ଲ କୁମାର ଦାସ, ସ୍ବସ୍ତି ସାହିତ୍ୟ ସଂସଦର ପ୍ରଫୁଲ୍ଲ ସାମଲ, ଶକ୍ତି କ୍ଲବର ସାଧାରଣ ସଂପାଦକ ଅକ୍ଷୟ ପାତ୍ର ପ୍ରମୁଖ ଯୋଗଦେଇ ଗାନ୍ଧୀଜୀଙ୍କ ସ୍ମୃତିଚାରଣ କରିଥିଲେ । ଅତିଥିମାନେ କହିଲେ ଯେ, ଗାନ୍ଧୀ ଥିଲେ ଦଳିତ ଅବହେଳିତ ଅତ୍ୟାଚାରିତ ମଣିଷର ସ୍ୱାଧିକାର ଓ ସ୍ବାଭିମାନର ସେନା ନାୟକ । ସେ କୌଣସି ଧର୍ମ କି ସଂପ୍ରଦାୟର ନଥିଲେ । ସବୁ ଧର୍ମ ଓ ସବୁ ସଂପ୍ରଦାୟ ତାଙ୍କ ଆତ୍ମା ଭିତରେ ଲୀନ ହୋଇଥିଲେ । ସତ୍ୟ, ଅହିଂସା, ତ୍ୟାଗ ତାଙ୍କ ଜୀବନର ବ୍ରତ ଥିଲା । ସେ ନୀତିହୀନ ରାଜନୀତି, ନୈତିକତା ବିହୀନ ବାଣିଜ୍ୟ, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସଂପଦ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ, ତ୍ୟାଗ ବିହୀନ ଉପାସନା ଏବଂ ଅନ୍ୟକୁ ଶୋଷଣ କରି ଧନ ରୁଣ୍ଡାଇବା ବନ୍ଦ କରିବାକୁ ସେ ଆହ୍ୱାନ ଦେବା ସହ କହିଥିଲେ, ମୋ ମୃତ୍ୟୁ ଯଦି ଦେଶର ବିଭିନ୍ନ ସଂପ୍ରଦାୟଙ୍କୁ ଏକତାର ସୂତ୍ରରେ ବାନ୍ଧି ଦେଇପାରିବ ତାହା ହେଲେ ମୁଁ ବେଶି ଖୁସି ହେବି । କାର୍ଯ୍ୟକ୍ରମ ଶେଷରେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

16 − seven =