pakka

ଓଡିଶା ସିତୋ-ରିଓ କରାଟେ ଆସୋସିଏସନ୍‌ର ପ୍ରମାଣପତ୍ର ଓ ବେଲ୍ଟ ପ୍ରଦାନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସିତୋ-ରିଓ କରାଟେ ଆସୋସିଏସନ୍ ଅଫ୍ ଇଣ୍ଡିଆର ପ୍ରମାଣ ପତ୍ର ଓ ବେଲ୍ଟ ପ୍ରଦାନ କାର୍ଯ୍ୟକ୍ରମ ସେକ୍ଟର ୧୮ସ୍ଥିତ ଇସ୍ପାତ ଗୁରୁଦ୍ୱାରାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କରାଟେର ବିଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀଙ୍କୁ ବିଭିନ୍ନ ରଂଗର ବେଲ୍ଟ ପ୍ରଦାନ କରାଯାଇଥିଲା । ଶିକ୍ଷାର୍ଥୀମାନେ କାତା, ସାଇଟ୍ ସହ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ଅତିଥି ଶ୍ରୀ ରାଉତ ଏହି ଅବସରରେ ବକ୍ତବ୍ୟ ରଖି କହିଲେ ଯେ, କରାଟେ ଶିଖିବା କୌଶଳ ଆଜିକାଲି ପାଇଁ ଆବଶ୍ୟକତା ହୋଇଯାଇଛି । ଏହା କେବଳ ଆତ୍ମରକ୍ଷା ପାଇଁ ଆବଶ୍ୟକତା ହୁଏ ନାହିଁ ବରଂ ମାନସିକ ସହ ଆତ୍ମବିଶ୍ବାସ ବଢାଇବାରେ ସହାୟକ ହୁଏ । ଏହି କାର୍ଯ୍ୟକ୍ରମରେ କରାଟେ ମାଷ୍ଟର ଧର୍ମେନ୍ଦ୍ର ସିଂହ, ଶମ୍ଭୁ କୁମାର ଗୁପ୍ତା, ସନ୍ଦିପ ସାଗର, ଇପ୍ସିତା ରାଣୀ, ଅନିକେତ ଶ୍ରୀବାସ୍ତବ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲା ବେଳେ ୧୬ଜଣ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ଓ ବେଲ୍ଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀଙ୍କ ସହ ଅଭିଭାବକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen − 1 =