csstore

ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିମୁଣ୍ଡା ପିଏଚ୍‌ସିରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଡାକ୍ତର ଶେଖର ପଧାନ, ସମ୍ମାନିତ ଅତିଥି କଏଁଟୁ ବିଶ୍ୱାଲ, ଲେକୃ ତ୍ରିପାଠୀ, ଡା. ସୁଚିଶ୍ମିତା ମହାନ୍ତି, ପ୍ରମୋଦ ଭୁଏ ଅତିଥି ରୂପେ ଯୋଗଦାନ କରିଥିଲେ । ଏଥିରେ ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ରକ୍ତ ଅଭାବରୁ କାହାରି ଜୀବନ ନ ଯାଉ ସେଥିପାଇଁ ଯୁବ ସମାଜ ଆଗେଇ ଆସନ୍ତୁ ବୋଲି ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସରୋଜ ବେହେରା, ଦେବେନ୍ଦ୍ର ଗଡତ୍ୟା, କେଶବ ବିଶ୍ୱାଲ, ପ୍ରକାଶ କୁମାର ପଧାନ, ପ୍ରେମ କିଶୋର ସାହୁ, ବିଜୁ ପଧାନ, ସୁଶାନ୍ତ ପଧାନ, ସହ ସମ୍ପାଦକ କୌସ୍ତୁଭ ସାହୁ, ବିରେନ୍ଦ୍ର ବିଶ୍ୱାଳ, ଭୁବନେଶ୍ୱର ଭୋଇ, ଅଭିମନ୍ୟୁ ଥନାପତି, ୱେବନ ବାଗ ପ୍ରମୁଖ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରରେ ସର୍ବମୋଟ ୨୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏଥିରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ବ୍ଲଡବ୍ୟାଙ୍କ ଷ୍ଟାଫ ଡାକ୍ତର ଦୀପକ ରଞ୍ଜନ ସେନ, ରିପୁରାଜ ମେହେର, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସୁଶିଲ ସୁନା ତଥା ବାଦିମୁଣ୍ଡା ପିଏଚ୍‌ସିର ସମସ୍ତ ମେଡିକାଲ ଷ୍ଟାଫ୍‌ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ପୂର୍ଣ୍ଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.