pakka

କଂଟାବାଂଜି–ତୁରେକେଲା ରେଲସେକ୍ସନର ବ୍ରିଜ ନଂ.୨୭୩ ନିକଟରୁ ଏକ ମୃତ କଂକାଳ ପୋଲିସ ଦ୍ୱାରା ଉଦ୍ଧାର : ୭ ଜଣଙ୍କ ଦ୍ୱାରା ହତ୍ୟା ଅଭିଯୋଗ, ଜଣେ ପୋଲିସ ଦ୍ୱାରା ଅଟକ, ଅଧିକ ଅନୁସଂଧାନ ରହିଛି ଜାରି

bbehera

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି- ତୁରେକେଲା ରେଲସେକ୍ସନର କି.ମି. ଖମ୍ବ ନଂ. ୧୬୭୧/୧ ଓ ୧୬୭/୨ର ମଧ୍ୟରେ ଥିବା ବ୍ରିଜ ନଂ. ୨୭୩ ନିକଟରୁ କଂଟାବାଂଜି ଟାଉନ ପୋଲିସ ଏବଂ ଜି.ଆର.ପି. ପୋଲିସ ଜେସିବି ଦ୍ୱାରା ଏକ ମୃତ ଦେହର କଙ୍କାଳ ମାଟି ତଳୁ ଆଜି ଉଦ୍ଧାର କରିଛି । ମୃତକର ଭାଇ ତୋଫିକ ଅନସାରି ଦେଇଥିବା ସୂଚନା ଅନୁସାରେ ଲତିଫ ଅନସାରି(୧୯)ଙ୍କ ସହ ଝାରଖଣ୍ଡ ରାଂଚିର ସମସେର ଅନସାରି, ମୁସ୍ତାକ ଅନସାରି, ସହନାଜ ଅନସାରି, ଫିରୋଜ ଅନସାରି, କଅପରୋଜ ଅନସାରି ଓ ସହିତ ଅନସାରି ମିଶି କଂଟାବାଂଜି –ତୁରେକେଲା ରେଲସେକ୍ସନର ଲାଇନରେ କାମ କରିବା ପାଇଁ ସମସେର ପେଟି କଂଟ୍ରାକ୍ଟର ଦାବରା ନିଯୁକ୍ତ ମୁସ୍ତାକ ଦ୍ୱାରା ୭ ଜଣ କଂଟାବାଂଜିକୁ କାମ କରି ଆସିଥିଲେ । ଗତ ୨୦୨୦ ମସିହା ସେପ୍ଟେମ୍ବର ମାସରେ କଂଟାବାଂଜିକୁ କାମ କରିବାକୁ ଆସିଥିଲେ । ଦୀର୍ଘ ଦିନ ୭ଜଣ କାମ କରିବା ମଧ୍ୟରେ ଗତ ୧୬ ନଭେମ୍ବର ୨୦୨୦ରେ କେହି ଜଣେ ସାଙ୍ଗ ଲାତିଫ ଅନସାରି ନିଖୋଜ ହୋଇଥିବା ଘଟଣା ଫୋନ ଯୋଗେ ତୋଫିକକୁ ଜଣାଇଥିଲେ । ଏହା ପରେ ତୋଫିକ ଗତ ୩୦ ନଭେମ୍ବରରେ କଂଟାବାଂଜି ଆସି ଖୋଜା ଖୋଜି କରବା ମଧ୍ୟରେ ନ ପାଇବାରୁ ବାଧ୍ୟ ହୋଇ ୨/୧୨/୨୦୨୦ରେ ଟାଉନ ଥାନାରେ ନିଖୋଜ ହୋଇଥିବା ଏକ ଲିଖିତ ଅଭିଯୋଗ ଦେଇଥିଲେ । ନିଖୋଜ ଅଭିଯୋଗ ଦେବାର ୬/୭ ମାସ ପରେ ମୁସ୍ତାକ, ସହନାଜ ନିଜ ଗାଁ ରାଂଚିକୁ ଯାଇ ଏକ ମଦଭାଟିରେ ମଦ ପିଇବା ବେଳେ ଜଣେ ବ୍ୟକ୍ତିକୁ ମାରି କାମ କରୁଥିବା ସ୍ଥାନରେ ହିଁ ପୋତି ଦେଇଥିବା କହିଥିଲେ । ଏହି ଘଟଣା ତୋଫିକର କାନକୁ ଆସିବା ସହ ପରିବାର ବର୍ଗ ଜାଣିଲା ପରେ ରାଂଚିରୁ ଗତ ୩୧/୧୨/୨୦୨୦ରେ କଂଟାବାଂଜି ଆସି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଏହି ଘଟଣା ଉପରେ କଂଟାବାଂଜି ପୋଲିସ ପୂର୍ବରୁ ଥିବା ଫିରୋଜ ଅନସାରିକୁ ଥାନାରେ ଅଟକ ରଖି ଅଧିକ ଅନୁସଂଧାନ କରୁଛି । ଅନ୍ୟ ୬ ଜଣ କଂଟାବାଂଜିରୁ ଫେରାର ରହିଛନ୍ତି । ଆଜି ଏହି ଘଟଣା ଅନୁସଂଧାନରେ ସ୍ଥାନୀୟ ପୋଲିସ ଏସ୍‌.ଡି.ପି.ଓ. ହୃଷିକେଶ ମେହେର, କଂଟାବାଂଜି ଥାନା ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ, ସବ୍‌ ଇନ୍ସପେକ୍ଟର ପ୍ରଦିପ କୁମାର ଦୁରିଆ, କଂଟାବାଂଜି ଜିଆରପି ସିନ୍ଧରିଆ ବାବୁ ସ୍ଥାନୀୟ ତହସିଲଦାର ତଥା ଏକ୍‌ଜ୍ୟୁକୁଟିଭ ମାଜିଷ୍ଟ୍ରେଟ ସମିର ବେହେରାଙ୍କ ଉପସ୍ଥିତିରେ ମାଟି ତଳୁ ମୃତକଙ୍କ କଙ୍କାଳ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.

four × two =