ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଉତ୍ତରପ୍ରଦେଶ ଲଖିମ୍‌ପୁର ଖେରି ଅଞ୍ଚଳରେ ଚାଷୀଙ୍କ ପ୍ରତି ହୋଇଥିବା ବର୍ବରକାଣ୍ଡ ଘଟଣାର ପ୍ରତିବାଦରେ ଆଜି ବରଗଡ଼ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜୟ କିଷାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ପକ୍ଷରୁ ସହିଦ ଚାଷୀଙ୍କୁ କ୍ୟାଣ୍ଡେଲ ମାର୍ଚ୍ଚ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବୀ କରାଯାଇଥିଲା । ଉକ୍ତ ବର୍ବରକାଣ୍ଡକୁ ନେଇ ସମ୍ପୃକ୍ତ କିଷାନ ମୋର୍ଚ୍ଚା ତରଫରୁ ଦିଆଯାଇଥିବା ଡାକରାରେ ବରଗଡ଼ରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ବରଗଡ଼ ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ କରି ଡ. ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଦ୍ୱାରା ହୋଇଥିବା ଏହି ଅମାନବୀୟ କାଣ୍ଡକୁ ତୀବ୍ର ନିନ୍ଦା କରାଯିବା ସହ ଚାଷୀ ବିରୋଧୀ କେନ୍ଦ୍ର ସରକାରଙ୍କ ଉକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରାଯାଇଛି । କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ପ୍ରତ୍ୟାହାର କରାନଯିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଜୟ କିଷାନ ଆନ୍ଦୋଳନ, ବରଗଡ଼ ଓ ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତିର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

three × four =