pakka

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ନୃସିଂହନାଥରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲର ନୃସିଂହନାଥ ମନ୍ଦିର ପରିସରରେ ଆଜି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ନେହେରୁ ଯୁବ କେନ୍ଦ୍ର ବରଗଡର ସ୍ୱେଛାସେବୀମାନେ ପ୍ଲାଷ୍ଟିକ ଓ ଆବର୍ଜନା ସଫା କରିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ପାଦକ ମନୋଜ ତ୍ରିବେଦୀ, ସମାଜସେବୀ ବଡ ଶତପଥୀ, ପାଇକମାଲ ସାଂସଦ ପ୍ରତିନିଧି ବଳରାମ ସାହୁ, ବିଜେପି ବରଗଡ ଜିଲ୍ଲା ଉପସଭାପତି ସରୋଜ ସାମଲ, ବରିଷ୍ଠ ସେବାୟତ ସୁବୋଧ ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଆରମ୍ଭ କରି ନିଜସ୍ୱ ମତବ୍ୟକ୍ତ ରଖିଥିଲେ । ବରଗଡ ଯୁବ କେନ୍ଦ୍ର ଅଧିକାରୀ ରୋଶନ ଟଣ୍ଡନ ଓ ଉପଦେଷ୍ଟା କମିଟିର ସଭ୍ୟ ତ୍ରିଲୋଚନ ଶତପଥି କାର୍ଯ୍ୟକ୍ରମ ବିଷୟରେ ଦିଗ୍‌ଦର୍ଶନ ଦେଇଥିଲେ । ମନ୍ଦିର ପଛପଟେ ଥିବା ଝରଣା, ଗୋକୁଣ୍ଡ ଘାଟ, ଦୋକାନ ଏରିଆ, ବସଷ୍ଟାଣ୍ଡ, ଗେଷ୍ଟ ହାଉସ୍‌ ଅଂଚଳକୁ କର୍ମକର୍ତ୍ତାମାନେ ସଫା କରି ପ୍ଲାଷ୍ଟିକ ସାମଗ୍ରୀ ଓ ଆବର୍ଜନାକୁ ବସ୍ତାରେ ପୁରାଇ ବରଗଡକୁ ନିଜ ଗାଡ଼ିରେ ନେଇଥିଲେ । ସଫେଇ କାର୍ଯ୍ୟକ୍ରମରେ ପ୍ରୀତି ପ୍ରଧାନ, ବର୍ଷା ଦେବୀ, ଦୁର୍ଯ୍ୟୋଧନ ପାଣ୍ଡେ, ବିଜୟ ହୋତା, ରଜତ ପଧାନ, ଦୋଳଗୋବିନ୍ଦ ବାରିକ ତୁଷାର ଭୋଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରକୁ ନେହେରୁ ଯୁବ କେନ୍ଦ୍ର ବରଗଡ ତରଫରୁ ସଫା ସୁତୁରା କରି ଆବର୍ଜନାକୁ ନ ପକାଇ ବସ୍ତାରେ ପୁରାଇ ନେଇ ଯାଇଥିବାରୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

19 + eleven =