csstore

ଟିଟିଲାଗଡର ପୁରୁଣା ହୋଟେଲ ବ୍ୟବସାୟୀ ସ୍ୱର୍ଗତ ଉପେନ୍ଦ୍ର ସାହୁଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ସହରବାସୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ହାଟପଦାପଡ଼ା ଦୈନିକ ବଜାରର ସବୁଠୁ ପୁରୁଣା ହୋଟେଲ ବ୍ୟବସାୟୀ ସ୍ୱର୍ଗତ ଉପେନ୍ଦ୍ର ସାହୁଙ୍କ ନୂଆଁଖାଇ ଦିନ ସକାଳେ ତାଙ୍କର ନିଧନ ଘଟିଥିଲା । ସ୍ବର୍ଗତ ସାହୁ ବହୁ ବର୍ଷ ଧରି ତାଙ୍କ ହୋଟେଲ ବ୍ୟବସାୟ କରି ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତାଙ୍କର ହୋଟେଲ ବ୍ୟବସାୟ ବନ୍ଦ କରି ଦେଇଥିଲେ । କିଛି ଦିନ ପାଇଁ ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହେବା ପରେ ତାଙ୍କର ନିଧନ ହୋଇଥିଲା । ତାଙ୍କର ନିଧନ ସମୟରେ ତାଙ୍କର ବଡ଼ ପୁଅ ପୂର୍ବତନ ଲାୟନ୍ସ କ୍ଲବ ସଭାପତି, ପାଓମେକ୍କ କମ୍ପାନୀର ଶ୍ରମିକ ଠିକାଦାର ତଥା ସମାଜସେବୀ ଲିଙ୍ଗରାଜ ସାହୁ, ସାନପୁଅ ରାମଚନ୍ଦ୍ର ସାହୁ ଏବଂ ତାଙ୍କର ପରିବାର ବର୍ଗ ଆସି ଜମା ହୋଇ ଅନ୍ତିମ ସଂସ୍କାର କରିଥିଲେ ।

ଶନିବାର ଦିନ ତାଙ୍କର ଏକଦଶାହରେ ସହରର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ପଡ଼ାବାସୀ, ଲାୟଂସ କ୍ଳବର ସଭାପତି, ସମ୍ପାଦକ, ବରିଷ୍ଠ ସଦସ୍ୟ, ନାଗରିକ ମଞ୍ଚର ସଦସ୍ୟ, ପାଓମେକ୍ସ କମ୍ପାନୀର ବରିଷ୍ଠ ଅଧିକାରୀ, ରାଜନେତା, ପୂର୍ବତନ ନଗରପାଳ, ପୂର୍ବତନ ସରପଞ୍ଚ ସଙ୍ଘ ସଭାପତି, ବଣିକ ସଂଘର ସଦସ୍ୟମାନେ ତାଙ୍କ ବାସ ଭବନକୁ ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାଙ୍କର ଆତ୍ମାର ସଦ୍‌ଗତି ପାଇଁ କାମନା କରିଛନ୍ତି ।

jayashree
Leave A Reply

Your email address will not be published.