csstore

ସ୍ୱର୍ଗତଃ ଗୋପିନାଥ ପ୍ରଧାନଙ୍କ ୧୪ତମ ଶ୍ରାଦ୍ଧବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗାୟକ ବିଦୂର ଉପାଧିରେ ଭୂଷିତ ତଥା ଦିବଂଗତ ସୁପ୍ରସିଦ୍ଧ ସଂକୀର୍ତ୍ତନ ଗାୟକ ସ୍ୱର୍ଗତଃ ଗୋପିନାଥ ପ୍ରଧାନଂକ ୧୪ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଶନିବାର ଡେଲାଂଗ ବ୍ଲକ ଅଧିନସ୍ଥ ତାଂକ ଗ୍ରାମ ମୁନିନ୍ଦାଠାରେ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି ।ଅଂଚଳର ଏକମାତ୍ର ଗାୟକ ଭାବରେ ଆକାଶବାଣୀରେ ସଂକୀର୍ତ୍ତନ ପରିବେଷଣର ସୌଭାଗ୍ୟଲାଭ କରି ଅଂଚଳ ପାଇଁ ଗୌରବ ଆଣିଦେଇଥିଲେ । ନାମ ସଂକୀର୍ତ୍ତନ ସଂସ୍କୃତି ସୁରକ୍ଷା ଓ ଆଧ୍ୟାତ୍ମିକ ଚେତନାକୁ ସୁଦୂରପ୍ରସାରୀ କରିବା ଦିଗରେ ତାଙ୍କର ପ୍ରଚେଷ୍ଟା ଅକଳ୍ପନୀୟ ଯାହାର ଫଳସ୍ୱରୂପ ସେ ଅନେକ ଗାୟକ ସୃଷ୍ଟି କରି ଦେଇଯାଇଛନ୍ତି ।ଉକ୍ତ କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଭାର ରାଜ୍ୟ ସଭାପତି ଅଧ୍ୟାପକ ଶଶାଂକ ଚୁଡାମଣୀ, କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚବିଦ୍ୟାଳୟ, ମୁନିନ୍ଦାର ପ୍ରଧାନ ଶିକ୍ଷକ ହୃଶିକେଷ ବଳିୟାରସିଂହ, ପୁରାତନ ଛାତ୍ର ସଂସଦ ସଭାପତି ଅଧ୍ୟାପକ ତ୍ରିନାଥ ପରିଡା, ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ପରିଡା, ବୈଜୟନ୍ତିମାଳା ହରିଚନ୍ଦନ, ପ୍ରବୀର ମହାପାତ୍ର, ଅଜିତ ରାୟଙ୍କ ସହିତ ପରିବାର ସଦସ୍ୟ, ସ୍ଥାନୀୟ ବୁଦ୍ଧିଜୀବୀ ଓ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେବା ସହିତ ସ୍ମୃତିଚାରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଉଚ୍ଚବିଦ୍ୟାଳୟର କ୍ରିଡା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.