pakka

ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ନିର୍ମଳ ଏଜୁକେସନ ଟ୍ରଷ୍ଟର ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଗତ ୬ ତାରିଖରୁ ଆରମ୍ଭ ହୋଇଛି । ଏହି ଶିବିର ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଏହି ଶିବିରରେ ସ୍କୁଲରେ ପଢୁଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଶାରିରୀକ, ମାନସିକ ବୌଦ୍ଧିକ ସ୍ତରର ବିକାଶ ପାଇଁ ଶିକ୍ଷାମାନ ଦିଆଯାଉଛି । ସଂପ୍ରତି ଏହି ଶିବିରରେ ଯୋଗ, ନୃତ୍ୟ, ଗୀତ, ବୃକ୍ଷ ରୋପଣ, ଚିତ୍ରାଙ୍କନ, ସନ୍ତରଣ, ଖେଳକୁଦ, ରାମ୍ପ ସୋ, ଶରୀରରେ ଭଲ ସ୍ପର୍ଶ ଓ ମନ୍ଦ ସ୍ପର୍ଶ ସଂପର୍କରେ ଶିକ୍ଷାଦାନ କରାଯାଉଛି । ଫଳରେ ଶିଶୁଟି ଆଗାମୀ ଦିନରେ ତା’ର ପ୍ରତିଭାକୁ ବିକଶିତ କରିପାରିବ । ସାଧାରଣତଃ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଆଦିବାସୀ ଓ ଆର୍ଥିକ ଅନଗ୍ରସର ଶିଶୁମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ଟ୍ରଷ୍ଟି ଗୀତା ଦାସ, ରବି ଦାସ, ସୁରେନ୍ଦ୍ର ଦାସ, ଶାନ୍ତି ଦାସ, ସିଦ୍ଧାର୍ଥ ଦାସ, ଅମ୍ରିତା ସରକାର, ଅଧ୍ୟକ୍ଷା ସସ୍ମିତା ଚୌଧୁରୀ, ଉପାଧ୍ୟକ୍ଷା ମଧୁସ୍ମିତା ସେନଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ଶିବିରର ଶେଷ ଦିନ ଅଭିଭାବକ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସ୍କୁଲ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

three × 5 =