pakka

ସରପଞ୍ଚ ତାରାକାନ୍ତୀ ତାଣ୍ଡିଙ୍କ ସହାୟତାରେ ଭାଙ୍ଗି ପଡିଥିବା ଗଛ ରାସ୍ତାରୁ ହଟିଲା

kalikesh

ପାଟଣାଗଡ଼, (ଗୋରେଖନାଥ ବରିହା) : କାଳବୈଶାଖୀ ଯୋଗୁଁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତର ବଡଉଡେନ ଗ୍ରାମର ରାସ୍ତାକଡ଼ରେ ଥିବା ଏକ ବିରାଟ ଆମ୍ବ ଗଛ ଭାଙ୍ଗି ପଡ଼ିଥିଲା । ଯାହାଫଳରେ ବଡଉଡେନ ଓ ବାଞ୍ଜିପାଲି ରାସ୍ତାରେ ଆମ୍ବ ଗଛ ଭାଙ୍ଗି ପଡିଥିବା ଯୋଗୁଁ ରାସ୍ତାରେ ଯିବା ଆସିବା ସଂମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଓ କଲେଜ ପରୀକ୍ଷା ଏହି ରାସ୍ତା ଦେଇ ଧଣ୍ଡାମୁଣ୍ଡା ଓ ଖପ୍ରାଖୋଲ ପରୀକ୍ଷା କେନ୍ଦ୍ର ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଗଛ ପଡିଥିବା ଯୋଗୁଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ୨ ଦିନ ଧରି ରାସ୍ତାକଡ଼ରେ ପଡିଥିବା ଆମ୍ବଗଛ ଯୋଗୁଁ ଗମନାଗମନରେ ଘୋର ଅସୁବିଧାର ପରିସ୍ଥିତି ସୃଷ୍ଟି ହେଉଥିଲା ଏପରି ସ୍ଥିତିରେ ଦମାଇପାଲି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ତାରାକାନ୍ତୀ ତାଣ୍ଡି ଖପ୍ରାଖୋଲ ଅଗ୍ନିଶମ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ । ଆଜି ସରପଞ୍ଚଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଗଛ କାଟି ରାସ୍ତାକଡ଼ରୁ ହଟାଇଥିଲେ । କାଳବୈଶାଖୀ ବର୍ଷାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ । ପଞ୍ଚାୟତର ସମସ୍ତ ଗ୍ରାମ ବୁଲି କ୍ଷୟକ୍ଷତିର ଆକଳନ କରିଥିଲେ । ପବନରେ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ଗଛଗୁଡିକୁ ହଟାଇଥିଲେ । ସରପଞ୍ଚ ଶ୍ରୀମତୀ ତାଣ୍ଡି ନିର୍ବାଚିତ ହେବା ଦିନଠାରୁ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇ ଥିବା ସରପଞ୍ଚ ପ୍ରକାଶ କରିଛନ୍ତି । ପ୍ରଥମେ କେଛୋବାହଲ ଗ୍ରାମର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଫାର୍ମ୍ପଫଣ୍ଡ ଶୁଭାରମ୍ଭ, ଦମାଇପାଲି ଗ୍ରାମରେ ନୂତନ ଡିପ୍ ବୋର୍, ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତାର ଶୁଭାରମ୍ଭ, ସୁକତେଲ ନାଳ ତିଆରିର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମ କରିଛନ୍ତି । ଦମାଇପାଲି ପଞ୍ଚାୟତକୁ ଏକ ସୁଚ୍ଛ ନିର୍ମଳ ଓ ଆଦର୍ଶ ପଞ୍ଚାୟତ ଭାବେ ଗଠନ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ପଞ୍ଚାୟତରେ ଲାଗିରହିଥିବା ପାନୀୟ ଜଳ ସମସ୍ୟା ରାସ୍ତା ଘାଟ, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ୟାର ସମାଧାନ ଧିରେ ଧିରେ କରିବେ ବୋଲି କହିଛନ୍ତି । ଅଗ୍ନିଶମ ବିଭାଗ କର୍ମଚାରୀ ଏଲ୍‌ଏଏମ୍ ଚନ୍ଦ୍ରମଣି ବାଗ, ପ୍ରେମାନନ୍ଦ ବେହେରା ସରୋଜ ସିଦ୍ଧାର, ବେଲାର ସିଂ ପୁଟା, ପ୍ରମୋଦ ସ୍ବାଇଁ, ମୋହିତ ମୋହନ ଶବର ପ୍ରମୁଖ ପହଞ୍ଚି ରାସ୍ତାରୁ ଗଛ ହଟାଇଥିଲେ । ଲୋକଙ୍କ ବିପଦ ସମୟରେ ତୁରନ୍ତ ସେମାନଙ୍କୁ ସାହାଯ୍ୟ କରିଥିବାରୁ ସରପଞ୍ଚ ଶ୍ରୀମତୀ ତାଣ୍ଡିଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

pp
Leave A Reply

Your email address will not be published.

twenty − two =