pakka

ଫାଇଲେରିଆ ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ ପଶ୍ଚିମ ଓଡିଶା ଯୁବା ମଞ୍ଚ ସଂଗଠନର କର୍ମକର୍ତ୍ତା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫାଇଲେରିଆ ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପଶ୍ଚିମ ଓଡିଶା ଯୁବା ମଞ୍ଚ ସଂଗଠନର କର୍ମକର୍ତ୍ତା । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଟିଟଲାଗଡ଼ର ୱାର୍ଡ ନମ୍ବର ୧୨ରେ ରହୁଥିବା ୪୨ ବର୍ଷୀୟ ପର୍ଶୁରାମ ହାତୀ ଯିଏକି ଦୀର୍ଘ ୧୦ ବର୍ଷ ହେବ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇ ଅଛନ୍ତି ଓ ତାହା ଆଣ୍ଠୁ ପର୍ଯ୍ୟନ୍ତ ମାଡି ଆସିଲା ଯେତେ ଔଷଧ କଲେ ମଧ୍ୟ କିଛି ଫଳ ମିଳିଲାନାହିଁ । ଉନ୍ନତ ଚିକିତ୍ସା ଓ କୂତ୍ରିମ ଗୋଡ ଲଗାଯିବା ନିମନ୍ତେ ଚେଷ୍ଟା କରିବେ ବୋଲି ପଶ୍ଚିମ ଓଡିଶା ଯୁବା ମଞ୍ଚ ସଂଗଠନର କର୍ମକର୍ତ୍ତା ଜୟନ୍ତ କୁମାର ସାହୁ ଓ ରାଜ ବଗର୍ତ୍ତୀ ଡାକ୍ତରଙ୍କ ସଙ୍ଗେ କଥାବାର୍ତ୍ତା ହୋଇଛୁ ବୋଲି କହିଛନ୍ତି ।

Leave A Reply

Your email address will not be published.

5 × two =