csstore

ଅଲଣ୍ଡାରେ ଜନ ଅଭିଯୋଗ ଶୁଣାଣି ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ନିବେଦିତା ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା, ବଙ୍ଗୋମୁଣ୍ଡା ବିଡିଓ ବାସନ୍ତି ସେଠୀ, ସିନ୍ଧେକେଲା ସମିତିସଭ୍ୟ ଭୋଳାନାଥ ବେହେରା, ସହକାରୀ ଯନ୍ତ୍ରୀ ଦେବକୁମାର ପଧାନ, ସିଡିପିଓ ମାଧୁରୀ ହୋତା, ଜିପିଡିଓ ପୁରୁଷୋତ୍ତମ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୋମନାଥ ମଙ୍ଗରାଜ, ସିଆର୍‌ସିସି ନରେଶ ମାଝୀ, ଝରିଆଲ୍ ରାଜସ୍ୱ ନିରୀକ୍ଷକ ରାକେଶ ବେହେରା, ପିଇଓ କିରଣବାଳା ମହାନ୍ତି, କନିଷ୍ଠ ଯନ୍ତ୍ରୀ ବିକ୍ରମ ସିଂ ବିଭାରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ । ସାମାଜିକ ଶିକ୍ଷା ସଂଗଠକ ଅଧିକାରୀ ଅନୁପସ୍ଥିତ ଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ପଞ୍ଚାୟତର ଶତାଧିକ ଲୋକ ନିଜର ଅଭିଯୋଗ ଜଣାଇବା ପାଇଁ ଆସିଥିଲେ । ଯୁବ ନେତା ଯୁବରାଜ ବାଗ, ଜିଆର୍‌ଏସ୍ ରାଜକପୁର ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.