pakka

ଜାତୀୟ ରାଜପଥ କଡ଼ରେ ବେଆଇନ ମଦ ବିକ୍ରିକୁ ନେଇ ଦେଓଗାଁ ଥାନାରେ ଅଭିଯୋଗ କଲେ ମହିଳା ଏସ୍‌ଏଚ୍‌ଜି ଦଳ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବେଆଇନ ଭାବେ ଜାତୀୟ ରାଜପଥ ୨୬ କଡ଼ରେ ଅର୍ଥାତ ବହଲି ଛକରେ ଭାଟି ମଦ, ବିଦେଶୀ ମଦ ସହ ଖୋଲା ମଦ ବିକ୍ରି ଚାଲିଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଆଖପାଖ ଗାଁର ଲୋକମାନେ ତଥା ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକମାନେ ଏଠାରେ ମଦ ପିଇ ନିଶାସକ୍ତ ହୋଇ ବୁଲୁଛନ୍ତି । ଫଳରେ ରାଜପଥରେ ଦୁର୍ଘଟଣା ଘଟିବା ସହ ଓ ଡକାୟତି, ମାଡ଼ପିଟ ଘଟୁଥିବା ଜଣାପଡ଼ୁଛି । ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଗତ ଅକ୍ଟୋବର ୧୨ ତାରିଖ ଗାଁ ସଭାରେ ନିଷ୍ପତ୍ତି ହୋଇଥିଲା । ଏହାକୁ ଗାଁର ବୈଜ୍ୟେଷ୍ଠ ବ୍ୟକ୍ତିଙ୍କ ସହ ସମସ୍ତ ବ୍ୟକ୍ତି ନିଷ୍ପତ୍ତିରେ ସାମିଲ ହୋଇଥିଲେ ହେଲେ ଗାଁର କିଛି ଅସାମାଜିକ ବ୍ୟକ୍ତିଙ୍କ ସହଯୋଗରେ ବହଲି ଛକରେ ଅର୍ଥାତ ଜାତୀୟ ରାଜପଥରେ ପୂର୍ବପରି ବେଆଇନ ମଦ ବିକ୍ରି ଚାଲିଛି । ଗୁରୁବାର ବହିଲି ଗାଁର ମହିଳା ସ୍ବୟଂ ସହାୟକ ଦଳର ମହିଳାମାନେ ଦେଓଗାଁ ଥାନାକୁ ଯାଇ ଏ ସଂକ୍ରାନ୍ତରେ ଦୃଢ଼ ନିନ୍ଦା କରିବା ସହ ବହଲି ଛକ ବା ଜାତୀୟ ରାଜପଥ କଡ଼ରେ ମଦ ବିକ୍ରି ବନ୍ଦ ନ ହେଲେ ବାଧ୍ୟ ହୋଇ ମହିଳାମାନେ ଜୋର ଜବରଦସ୍ତ ବନ୍ଦ କରିବେ ବୋଲି ଚେତାବନି ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଗତ କିଛି ମାସ ତଳେ ଜାତୀୟ ରାଜପଥରୁ ବହଲି ଗାଁକୁ ଯିବା ରାସ୍ତାରେ ଡକାୟତି ହୋଇଥିଲା । ସେହିପରି ଏହି ରାସ୍ତାରେ ଦୁଇଟି ରାଇସମିଲ୍‌ ଥିବାରୁ ଅନେକ ସମୟରେ ରାତିରେ ବି ଚାଷୀମାନେ ଯିବା ଆସିବା କରିଥାନ୍ତି । ଏହି ରାସ୍ତା ଉପରେ ମଦ ବିକ୍ରି ଚାଲିଥିବାରୁ ଅସାମାଜିକ କାମ ବୃଦ୍ଧି ପାଇବା ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ତୁରନ୍ତ ମନ୍ଦ ବିକ୍ରି ବନ୍ଦ କରାଯିବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

eleven + sixteen =

error: Content is protected !!