pakka

୭୯ତମ ୟୁକୋ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟ ବାୟା ବଜାରସ୍ଥିତ ସର୍ବପୁରାତନ ଜାତୀୟକରଣ ବ୍ୟାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଗୁରୁବାର ବ୍ୟାଙ୍କ ପରିସରରେ ୭୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଶାଖା ପରିଚାଳକ ଯୋଗେଶ୍ୱର ପ୍ରଧାନ, ସହକାରୀ ପରିଚାଳକ ଧର୍ନୁଧର ଜାଲି, ଦେବବ୍ରତ କୁଣ୍ଡୁ, ସୁନିଲ କୁମାର ମିଶ୍ର, ମୁଖ୍ୟ କୋଷାଧ୍ୟକ୍ଷ ବିଘ୍ନେଶ ପ୍ରସାଦ ବିଶ୍ୱାଳ, ସରସ୍ୱତୀ ପଣ୍ଡା, ଆୟୁବ ଖାଁ, ବସନ୍ତ ବାରିକ, ବିସି ଜ୍ୟୋତି ରଜଂନ ପାତ୍ର ଓ ଦୀପକ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ପ୍ରତିଷ୍ଠା ଦିବସକୁ ଆନନ୍ଦ ଉତ୍ସାହରେ ପାଳନ କରିଥିଲେ । ଜୟନ୍ତୀ ପାଳନ ଅବସରରେ ଶାଖା ପରିଚାଳକ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଏକ କେକ୍‌ କାଟି ଶୁଭେଛା ଜଣାଇଥିଲେ । ୧୯୪୩ ମସିହା ଜାନୁଆରୀ ୬ ତାରିଖରେ ଜଣେ ଭାରତୀୟ ଶିଳ୍ପଦ୍ୟୋଗି ଗି.ଡି ବିରଳାଙ୍କ ଦ୍ୱାରା ୟୁନାଇଟେ କମରସିଆଲ ବ୍ୟାଙ୍କ (ୟୁକୋ ବ୍ୟାଙ୍କ) ପ୍ରତିଷ୍ଠା ହୋଇଥିଲା । ସେବେ ଠାରୁ ଜାନୁଆରୀ ୬ ତାରିଖକୁ ପ୍ରତିଷ୍ଠା ଦିବସ (ଜୟନ୍ତୀ)ରୁପେ ସାରା ଭାରତରେ ପାଳନ ହୋଇଆସୁଅଛି । ବ୍ୟାଙ୍କର ବିଭିନ୍ନ ସେବା ମୂଳକ ଯେ।।ଜନା ସମ୍ପର୍କରେ ବ୍ୟାଙ୍କ କତୃପକ୍ଷ ଗ୍ରାହକମାନଙ୍କୁ ଅବଗତ କରାଇବା ସହ ମିଠା ଖୁଆଇଥିଲେ । ଶେଷରେ ଆୟୁବ ଖାଁ ଧନ୍ୟବାଦ ଅପର୍ଣ କରିଥିଲେ ।

jay balangir
Leave A Reply

Your email address will not be published.

20 − fifteen =

error: Content is protected !!