pakka

ବୃନ୍ଦାବତୀ ବେହେରାଙ୍କ ଦୁଃଖ ପ୍ରଶାସନ ଦେଖିବ କେବେ : ଆବାସ ଯୋଜନାରୁ ବଞ୍ଚିତ ବୃନ୍ଦାବତୀ ବେହେରା

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି । ପ୍ରଶାସନର ଅବହେଳା କି ଜନପ୍ରତିନିଧିମାନଙ୍କ ଆନ୍ତରିକତା ନଥିବା ଯୋଗୁଁ ଜଣେ ୬୪ ବର୍ଷିୟ ହିତାଧିକାରୀ ଆବାସ ଯୋଜନାରୁ ବିଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମହୁରୁଣ୍ଡି ଗ୍ରାମରେ ବୃନ୍ଦାବତୀ ବେହେରା ସ୍ୱାମୀ – ହଲଧର ବେହେରା ବାସ କରନ୍ତି । ହେଲେ ତାଙ୍କ ଦୁଃଖ କହିଲେ ନସରେ କାରଣ ବୃନ୍ଦାବତୀ ବେହେରାଙ୍କୁ ୬୪ ବର୍ଷ ହେଲାଣି ହେଲେ ବାର୍ଦ୍ଧକ୍ୟ ଭତ୍ତା ଏ ପର୍ଯ୍ୟନ୍ତ ମିଳିନାହିଁ । ବୃନ୍ଦାବତୀ ବେହେରା ଓ ତାଙ୍କ ସ୍ୱାମୀ ହଲଧର ବେହେରାଙ୍କ ସବୁଠାରୁ ଦୁଃଖର ବିଷୟ ହେଉଛି ରହିବା ପାଇଁ ଘରଟିଏ ନାହିଁ । ଚାଲ ଛପର ଘର ଭାଙ୍ଗି ଯାଇ ଘର ଭିତରକୁ ପାଣି ପସିଯାଏ ବୋଲି କହିଛନ୍ତି । ଘରଟିଏ ବନାଇବାକୁ ଅସମର୍ଥ ତେଣୁ ସରକାରଙ୍କୁ ଗୁହାରି କରିଛନ୍ତି ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘରଟିଏ ଯୋଗେଇ ଦେବା ପାଇଁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

seventeen − 11 =

error: Content is protected !!