pakka

ପ୍ରଶାସନକୁ ସ୍ୱଚ୍ଛ ଓ ସୁଦୃଢ଼ କରିବା ପାଇଁ ପିଏଫଏମଏସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି: ମହାଲେଖା ନିୟନ୍ତ୍ରକ (ସିଜିଏ) ଦୀପକ ଦାସ

bbehera
  • ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପିଏଫଏମଏସ କର୍ମଶାଳା ଆୟୋଜିତ
  • ଭୁବନେଶ୍ୱର ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ପିଏଫଏମ୍‌ଏସ୍‌ ବିଭାଗ ପକ୍ଷରୁ ସାର୍ବଜନୀନ ଅର୍ଥ ପରିଚାଳନା ବ୍ୟବସ୍ଥା (ପିଏଫଏମ୍‌ଏସ) ଉପରେ ଗତକାଲି ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଭୁବନେଶ୍ୱରର ଜୟଦେବ ଭବନଠାରେ ପିଏଫଏମଏସର ସଫଳତା ଓ କାର୍ୟ୍ୟକାରିତା ନେଇ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତର ମହାଲେଖା ନିୟନ୍ତ୍ରକ ଶ୍ରୀ ଦୀପକ ଦାସ କହିଥିଲେ ଯେ ପ୍ରଶାସନିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପାଇଁ ଭାରତ ସରକାର ପିଏଫଏମ୍‌ଏସ୍‌ ପ୍ରବର୍ତ୍ତନ କରିଛନ୍ତି । “ପିଏଫଏମ୍‌ଏସ୍‌ ଗତ କେତେ ବର୍ଷଧରି ସମ୍ପୂର୍ଣ୍ଣ ସରକାରୀ ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିଛି । ଏହା ସମ୍ପୂର୍ଣ୍ଣ ସେବା ପ୍ରଦାନ ସୁନିଶ୍ଚିତ କରିଛି ।” ବିଭିନ୍ନ ସରକାରୀ ଯୋଜନାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡ଼ିବିଟି) ଏକ ମହାନ୍‌ ପରିବର୍ତ୍ତନ ଆଣିଛି । ଏହା ଦଲାଲ୍‌ କାରବାର ରୋକିବା ସହ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରୁଛି । ଓଡ଼ିଶାକୁ ଏଥିପାଇଁ ଅଭିନନ୍ଦନ ଜଣାଇ ସହ ଶ୍ରୀ ଦାସ ଶତପ୍ରତିଶତ ପିଏଫଏମ୍‌ଏସ କାର୍ୟ୍ୟକାରୀ କରି ଓଡ଼ିଶା ଦେଶର ଛଅଟି ରାଜ୍ୟ ମଧ୍ୟରୁ ଗୋଟିଏ ରାଜ୍ୟ ଏପରି କରିପାରିଥିବା କହିଛନ୍ତି । ଏହା ସରକାରୀ ପ୍ରଶାସନିକ ସ୍ୱଚ୍ଛତା ଆଣିବା ସହ ଅଧିକ ଉତ୍ତର ଦାୟିତ୍ୱ ମଧ୍ୟ ସୁନିଶ୍ଚିତ କରିଛି । ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦାସ ଶତ ପ୍ରତିଶତ ପିଏଫଏମ୍‌ଏସ କାର୍ୟ୍ୟକାରୀ କରି ଓଡ଼ିଶା ଦେଶର ଛଅଟି ରାଜ୍ୟ ମଧ୍ୟରୁ ଗୋଟିଏ ରାଜ୍ୟ ଏପରି କରିପାରିଥିବା କହିଛନ୍ତି । ଏହା ସରକାରୀ ପ୍ରଶାସନିକ ସ୍ୱଚ୍ଛତା ଆଣିବା ସହ ଅଧିକ ଉତ୍ତର ଦାୟିତ୍ୱ ମଧ୍ୟ ସୁନିଶ୍ଚିତ କରିଛି । ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ କର୍ମଶାଳାରେ ଅଂଶଗ୍ରହଣ କରି କହିଥିଲେ ଯେ ସରକାରୀ ଆର୍ଥିକ ପରିଚାଳନାରେ ପିଏଫଏମ୍‌ଏସ୍‌ ଅନେକ ସଫଳତା ହାସଲ କରିଛି । “ପିଏଫଏମ୍‌ଏସ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବାରେ ସକ୍ଷମ ହୋଇଛି ବୋଲି ଶ୍ରୀ ଦେବ କହିଥିଲେ । ଏହି ଅବସରରେ ସିଙ୍ଗଲ ନୋଡ଼ାଲ ଏକାଉଂଟ (ଏସ୍‌ଏନଏ) ମଡେ଼ଲ ଓ ରିସିଷ୍ଟ ଏକ୍ସପେଣ୍ଡିଚର ଆଡ଼ଭାନ୍ସ ଟ୍ରାନ୍ସଫର (ଆର.ଇ.ଏ.ଟି) ମଡେ଼ଲ ଭଳି ବୈଷୟିକ କର୍ମଶାଳା ଆୟାଜିତ ହୋଇଥିଲା । ଭାରତୀୟ ଷ୍ଟେଟବ୍ୟାଙ୍କ, କାନାଡ଼ା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କର ପ୍ରତିନିଧିମାନେ ଏସଏନ୍‌ଏ ମଡେ଼ଲ ଉପରେ ସେମାନଙ୍କର ମନ୍ତବ୍ୟ ପ୍ରଦାନ କରିଥିଲେ । ପୂର୍ବରୁ ଭୁବନେଶ୍ୱର ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ ପକ୍ଷରୁ ଭାରତର ସ୍ୱାଧିନତା ଦିବସର ୭୫ବର୍ଷ ପାଳନ ତଥା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ସିଜିଏ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଭାରତୀୟ ସ୍ୱାଧିନତା ସଂଗ୍ରାମରେ ଏହାର ଅବଦାନ ଉପରେ ଆଧାରିତ ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଶ୍ରୀ ଦାସ ଭୁବନେଶ୍ୱର ଆରଓବିର ଏହି କାର୍ୟ୍ୟକ୍ରମକୁ ପ୍ରଂଶସା କରିବା ସହ ଏଭଳି ପଦକ୍ଷେପକୁ ଅଭିନନ୍ଦନ ଜଣାଇଥିଲେ । “ଏହି ପ୍ରଦର୍ଶନୀ ଗୋଟିଏ ଦୃଷ୍ଟିରୁ ଅନନ୍ୟ । ଏହା ସ୍ୱାଧିନତା ସଂଗ୍ରାମର ଅନାଲୋଚିତ ବିଷୟକୁ ମଧ୍ୟ ପ୍ରଦର୍ଶିତ କରୁଛି ।” ପ୍ରଦର୍ଶନୀରୁ ଲୋକଲୋଚନ ଅନ୍ତରାଳରେ ରହିଥିବା ଅନେକ ବୀରମାନଙ୍କ ଗାଥା ବିଷୟରେ ଜାଣିପାରିଥିବାରୁ ଖୁବ୍‌ ଗର୍ବିତ ବୋଲି ସେ କହିଥିଲେ । ଏହି କାର୍ୟ୍ୟକ୍ରମରେ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜନ୍ଦିର ଚୌଧୁରୀ ଏବଂ ଆରଓ ବିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 + twelve =

error: Content is protected !!